ପୁଣି ତେଜିଲା ରାଜସ୍ଥାନ କଂଗ୍ରେସ କନ୍ଦଳ: ଗେହଲଟଙ୍କ ଉପରେ ବର୍ଷିଲେ ପାଇଲଟ
ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଥିବାବେଳେ ରାଜ୍ୟରେ କଂଗ୍ରେସ ଦଳର କନ୍ଦଳ ପୁଣି ପଦାରେ ପଡ଼ିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ପୁଣିଥରେ ସିଧାସଳଖ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ରାଜସ୍ଥାନରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଇଲଟ ଆଜି ଦୁର୍ନୀତି ପ୍ରସଙ୍ଗରେ ଗେହଲଟଙ୍କ ଉପରେ ବର୍ଷିଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ଗେହଲଟ ସରକାର ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ କୌଣସି […]
ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଥିବାବେଳେ ରାଜ୍ୟରେ କଂଗ୍ରେସ ଦଳର କନ୍ଦଳ ପୁଣି ପଦାରେ ପଡ଼ିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ପୁଣିଥରେ ସିଧାସଳଖ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ରାଜସ୍ଥାନରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଇଲଟ ଆଜି ଦୁର୍ନୀତି ପ୍ରସଙ୍ଗରେ ଗେହଲଟଙ୍କ ଉପରେ ବର୍ଷିଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ଗେହଲଟ ସରକାର ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପାଇଲଟ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗେହଲଟ ଏବଂ ବସୁନ୍ଧରାଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଛି। ଏହି କାରଣ ପାଇଁ ଗେହଲଟ, ରାଜେଙ୍କ ବିରୋଧରେ କୌବଣସି କାର୍ଯ୍ୟାନୁଷ୍ଠାନ ନେଉନହାନ୍ତି। ବସୁନ୍ଧରା ରାଜେଙ୍କ ନେତୃତ୍ବାଧୀନ ପୂର୍ବତନ ବିଜେପି ସରକାର ବିରୋଧରେ ଗେହଲଟ ସରକାର ଦୁର୍ନୀତି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପାଇଲଟ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ନହେଲେ ପାଇଲଟ୍ ଦୁର୍ନୀତି ବିରୋଧରେ ଗୋଟିଏ ଦିନ ଅନସନରେ ବସିବେ ବୋଲି ଘୋଷଣା କରିଛନ୍ତି।




