ପୁଣି ଏକ ସୀମାପାର ପ୍ରେମ, ପାକିସ୍ତାନୀ ମହିଳାଙ୍କୁ ଭର୍ଚୁଆଲ ବିବାହ କଲେ ଯୋଧପୁର ଯୁବକ
ଯୋଧପୁର: ସଚିନ ମୀନା-ସୀମା ହାଇଦର ଓ ଅଞ୍ଜୁ-ନସରୁଲ୍ଲାଙ୍କ ପ୍ରେମ କହାଣୀ ଗତ କିଛିଦିନ ହେଲା ଗଣମାଧ୍ୟମର ଶିରୋନାମ ପାଲଟିଥିବା ବେଳେ ଏବେ ପୁଣି ଆଉ ଏକ ସୀମାପାର ପ୍ରେମ ବିବାହ ଖବର ମିଳିଛି। ରାଜସ୍ଥାନର ଯୋଧପୁରରେ ରହୁଥିବା ଜଣେ ଯୁବକ ପାକିସ୍ତାନର ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ଯୋଧପୁର ଯୁବକଙ୍କ ନାଁ ଅରବାଜ। ସେ ପାକିସ୍ତାନର ଝିଅ ଅମିନାଙ୍କ ସହ ଭର୍ଚୁଆଲ ବିବାହ କରିଛନ୍ତି।ବୁଧବାର ରାତିରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବିବାହ ସମ୍ପନ୍ନ ହୋଇଛି। ଉଭୟ […]
ଯୋଧପୁର: ସଚିନ ମୀନା-ସୀମା ହାଇଦର ଓ ଅଞ୍ଜୁ-ନସରୁଲ୍ଲାଙ୍କ ପ୍ରେମ କହାଣୀ ଗତ କିଛିଦିନ ହେଲା ଗଣମାଧ୍ୟମର ଶିରୋନାମ ପାଲଟିଥିବା ବେଳେ ଏବେ ପୁଣି ଆଉ ଏକ ସୀମାପାର ପ୍ରେମ ବିବାହ ଖବର ମିଳିଛି। ରାଜସ୍ଥାନର ଯୋଧପୁରରେ ରହୁଥିବା ଜଣେ ଯୁବକ ପାକିସ୍ତାନର ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ଯୋଧପୁର ଯୁବକଙ୍କ ନାଁ ଅରବାଜ। ସେ ପାକିସ୍ତାନର ଝିଅ ଅମିନାଙ୍କ ସହ ଭର୍ଚୁଆଲ ବିବାହ କରିଛନ୍ତି।ବୁଧବାର ରାତିରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବିବାହ ସମ୍ପନ୍ନ ହୋଇଛି। ଉଭୟ ଭାରତ ଓ ପାକିସ୍ତାନର କାଜିମାନେ ଉଭୟଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ନିକାହ ସମ୍ପନ୍ନ କରିଥିଲେ। ସମ୍ପର୍କୀୟମାନେ ଦେଖିବା ପାଇଁ ଏଲ୍ଇଡି ପରଦାରେ ନିକାହ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।
ସିଭିଲ କଣ୍ଟ୍ରାକ୍ଟର ମହମ୍ମଦ ଆଫଜଲଙ୍କ ସାନପୁଅ ଅରବାଜ କହିଛନ୍ତି, ନବବଧୂକୁ ଭାରତ ଆଣିବା ପାଇଁ ସେମାନେ ଖୁବ୍ଶୀଘ୍ର ଭିସା ଆବେଦନ କରିବେ। ଅରବାଜଙ୍କ ବାପା ମଧ୍ୟ ବୋହୂକୁ ଘରକୁ ଆଣିବା ପାଇଁ ଆଗ୍ରହୀ ବୋଲି କହିଛନ୍ତି। ଅରବାଜଙ୍କ ପରିବାରର ଜଣେ ସଦସ୍ୟ ପୂର୍ବରୁ ଅମିନାଙ୍କ ପରିବାରର ଜଣେ ମହିଳାଙ୍କୁ ବିବାହ କରିଛନ୍ତି ବୋଲି ସେ କହିଛନ୍ତି।




