ପୁଣିଥରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ନିରାଶ ହେବାକୁ ପଡ଼ିଛି। ମାମଲାରେ ତାଙ୍କ ବିରୋଧରେ ରୁଜୁ ‌ହୋଇଥିବା ମନି ଲଣ୍ଡରିଂ ମାମଲାରେ ସେ ଦିଲ୍ଲୀ ହାଇକୋର୍ଟ‌ରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ପତ୍ନୀ ଅସୁସ୍ଥ ଥିବା କାରଣରୁ ସିସୋଦିଆ ୬ ସପ୍ତାହ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ)ର ଯୁକ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ନିରାଶ ହେବାକୁ ପଡ଼ିଛି। ମାମଲାରେ ତାଙ୍କ ବିରୋଧରେ ରୁଜୁ ‌ହୋଇଥିବା ମନି ଲଣ୍ଡରିଂ ମାମଲାରେ ସେ ଦିଲ୍ଲୀ ହାଇକୋର୍ଟ‌ରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ପତ୍ନୀ ଅସୁସ୍ଥ ଥିବା କାରଣରୁ ସିସୋଦିଆ ୬ ସପ୍ତାହ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ)ର ଯୁକ୍ତି ଶୁଣିବା ପରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ସିସୋଦିଆଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଛି। ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ଏହି କାରଣ ପାଇଁ କୋର୍ଟ ତାଙ୍କୁ ଜାମିନ ଦେଇନାହାନ୍ତି।

Tags: