ପୁଣିଥ‌ରେ ପଂଜାବ ପୁଲିସ ହାତରୁ ଖସିଗଲା ଅମୃତପାଲ

ଅମୃତସର, ୨୯/୩ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ପୁଣିଥ‌ରେ ପଂଜାବ ପୁଲିସ ହାତରୁ ଖସିଯାଇଛି। ଅମୃତପାଲ ପଂଜାବକୁ ଫେରି ଆସିଛି। ଗତକାଲି ପଂଜାବରେ ପୁଲିସ ଅମୃତପାଲକୁ ଏକ ଗାଡ଼ିରେ ବସିଥିବା ସନ୍ଦେହ କରିବାପରେ ପିଛା କରିଥିଲା। କିନ୍ତୁ କିଛି ବାଟ ଯିବାପରେ ଅମୃତପାଲ ଏବଂ ତା’ ସହଯୋଗୀ ବାଟରେ ଗାଡ଼ି ଠିଆ କରି ଦୌଡ଼ି ପଳାଇଥିବା ପୁଲିସ ଦେଖିଥିଲା। ପଂଜାବର ହୋଶିଆରପୁରରେ ଅମୃତପାଲ ଲୁଚି ରହିଛି ବୋଲି ପୁଲିସ ଖବର ପାଇବାପ‌ରେ ବଡ଼ ଧରଣର ସର୍ଚ୍ଚ […]

Samaya Live Picture
Published On

ଅମୃତସର, ୨୯/୩ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ପୁଣିଥ‌ରେ ପଂଜାବ ପୁଲିସ ହାତରୁ ଖସିଯାଇଛି। ଅମୃତପାଲ ପଂଜାବକୁ ଫେରି ଆସିଛି। ଗତକାଲି ପଂଜାବରେ ପୁଲିସ ଅମୃତପାଲକୁ ଏକ ଗାଡ଼ିରେ ବସିଥିବା ସନ୍ଦେହ କରିବାପରେ ପିଛା କରିଥିଲା। କିନ୍ତୁ କିଛି ବାଟ ଯିବାପରେ ଅମୃତପାଲ ଏବଂ ତା’ ସହଯୋଗୀ ବାଟରେ ଗାଡ଼ି ଠିଆ କରି ଦୌଡ଼ି ପଳାଇଥିବା ପୁଲିସ ଦେଖିଥିଲା। ପଂଜାବର ହୋଶିଆରପୁରରେ ଅମୃତପାଲ ଲୁଚି ରହିଛି ବୋଲି ପୁଲିସ ଖବର ପାଇବାପ‌ରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ପୁଲିସ ଏବେ ହୋଶିଆରପୁରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍‌ କରୁଛି। ହୋଶିଆରପୁରର ମରନେଆଁ ଗ୍ରାମରେ ବିଶାଳ ପୁଲିସ ବାହିନୀ ମୁତୟନ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରୁ ପୁଲିସ ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛି। ପଂଜାବ ପୁଲିସର କାଉଣ୍ଟରଇଣ୍ଟେଲିଜେନ୍ସ ଶାଖାର ଏକ ଟିମ୍‌ ମଙ୍ଗଳବାର ସନ୍ଧ୍ୟାରେ ଫଗୱାଡ଼ା ନିକଟରୁ ଏକ କାର୍‌କୁ ପିଛା କରିଥିଲେ। ଉକ୍ତ କାରରେ ଅମୃତପାଲ ଏବଂ ତା’ ସହଯୋଗୀ ବସିଥିବା ପୁଲିସ ସନ୍ଦେହ କରିଥିଲା। କାରରେ ପ୍ରାୟ ୩ରୁ ୪ ଜଣ ଥିଲେ। ସେମାନେ ହୋଶିଆରପୁରର ମରନେଆଁ ଗ୍ରାମରେ ଏକ ଗୁରୁଦ୍ବାର ନିକଟରେ କାର୍ ଛାଡ଼ି ଖସି ପଳାଇଥିଲେ। ଏହାପରେ ପୁଲିସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ପୁଲିସ ମଙ୍ଗଳବାର ରାତିରୁ ଘରକୁ ଘର ବୁଲି ଏହି ସର୍ଚ୍ଚ ଅପରେସନ କରୁଛି।

Tags: