ପୁଟିନ ଟ୍ରମ୍ପଙ୍କୁ ମିଛ କହିଥିଲେ: ଜେଲେନସ୍କି

ନୂଆଦିଲ୍ଲୀ: ରୁଷ୍‌ ଯୁଦ୍ଧ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତ ପରିବର୍ତ୍ତନ ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜେଲେନସ୍କି ଦାବି କରିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲଗାତାର ଟ୍ରମ୍ପଙ୍କୁ ମିଛ କହୁଥିବାରୁ ଏହା ୟୁକ୍ରେନ ଓ ଆମେରିକାକୁ ନିକଟତର କରିଛି। ଜେଲେନସ୍କି କହିଛନ୍ତି, ମୁଁ ଭାବୁଛି ଯେ ଆମର ପୂର୍ବ ଅପେକ୍ଷା ଭଲ ସମ୍ପର୍କ ରହିଛି। ଏହା ଭଲ ଯେ ଆମେ ଅନେକ ସମୟରେ ଫୋନ୍‌ କଲ୍‌ […]

ପୁଟିନ ଟ୍ରମ୍ପଙ୍କୁ ମିଛ କହିଥିଲେ: ଜେଲେନସ୍କି
Samaya Live Picture
Published On

ନୂଆଦିଲ୍ଲୀ: ରୁଷ୍‌ ଯୁଦ୍ଧ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତ ପରିବର୍ତ୍ତନ ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜେଲେନସ୍କି ଦାବି କରିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲଗାତାର ଟ୍ରମ୍ପଙ୍କୁ ମିଛ କହୁଥିବାରୁ ଏହା ୟୁକ୍ରେନ ଓ ଆମେରିକାକୁ ନିକଟତର କରିଛି। ଜେଲେନସ୍କି କହିଛନ୍ତି, ମୁଁ ଭାବୁଛି ଯେ ଆମର ପୂର୍ବ ଅପେକ୍ଷା ଭଲ ସମ୍ପର୍କ ରହିଛି। ଏହା ଭଲ ଯେ ଆମେ ଅନେକ ସମୟରେ ଫୋନ୍‌ କଲ୍‌ କରୁ ଏବଂ କଥା ହେଉ। କିନ୍ତୁ ପୁଟିନ ଟ୍ରମ୍ପଙ୍କୁ ଅନେକ ସମୟରେ ମିଛ କହିବାରୁ ଏହାଦ୍ବାରା ଆମ ଭିତରେ ମତଭେଦ ସୃଷ୍ଟି ହୁଏ। ଜେଲେନସ୍କି ପୁଣିଥରେ କହିଛନ୍ତି ଯେ କିବ୍‌ ଏବଂ ୱାସିଂଟନ୍‌ ମଧ୍ୟରେ ଗୁଇନ୍ଦା ସହଯୋଗ ବୃଦ୍ଧି ପାଇଛି। ଯୁଦ୍ଧକ୍ଷେତ୍ର ନିଷ୍ପତ୍ତି ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ, ଟ୍ରମ୍ପ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ୟୁ‌କ୍ରେନ ରୁଷ୍‌ ହାତରେ ହରାଇଥିବା ସମସ୍ତ ପରିସରକୁ ଇୟୁକୁ ଆର୍ଥିକ ସହଯୋଗ ଦ୍ବାରା ଫେରି ପାଇବ। ଶାନ୍ତି ପାଇଁ ପୁଟନଙ୍କ ସହ କଥାବାର୍ତ୍ତା ହେବାର ମାସକ ପରେ ଟ୍ରମ୍ପ ୟୁଟର୍ନ ନେଇ ଏଭଳି ଟିପ୍ପଣୀ ଦେଇଛନ୍ତି। ଅନ୍ୟପକ୍ଷେ ଟ୍ରମ୍ପ ଅନ୍ୟ ଏକ ୟୁଟର୍ନ ନେଇ ଜାତିସଂଘ ସାଧାରଣ ଅଧି‌ବେଶନରେ ଫ୍ରା‌ନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ କଥା ହେବାବେଳେ କହିଛନ୍ତି , ମୁଁ ଭାବୁଥିଲି ‌ଯେ ପୁଟିନଙ୍କ ସହ ମୋର ସମ୍ପର୍କ ପାଇଁ ଏହା ସହଜ ହେବ। କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ସମ୍ପର୍କର କିଛି ମାନେ ନାହିଁ।

Tags: