ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗ୍ନର ମୁଖ୍ୟଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ
ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସାମରିକ ବିଦ୍ରୋହ କରିଥିବା ଘରୋଇ ୱାଗ୍ନର ସେନା ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କର ଆଜି ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବେସରକାରୀ ସେନା ୱାଗନର୍ ଗ୍ରୁପ୍ ମୁଖ୍ୟ ସମେତ ମୋଟ ୧୦ ଜଣ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରଏଟର୍ସ ଏହି ଖବର ଦେଇଛି। ସୂଚନା ଅନୁଯାୟୀ, ମସ୍କୋ ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ରୁଷର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ ଏହି […]
ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସାମରିକ ବିଦ୍ରୋହ କରିଥିବା ଘରୋଇ ୱାଗ୍ନର ସେନା ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କର ଆଜି ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବେସରକାରୀ ସେନା ୱାଗନର୍ ଗ୍ରୁପ୍ ମୁଖ୍ୟ ସମେତ ମୋଟ ୧୦ ଜଣ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରଏଟର୍ସ ଏହି ଖବର ଦେଇଛି। ସୂଚନା ଅନୁଯାୟୀ, ମସ୍କୋ ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ରୁଷର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ ଏହି ବିମାନର ଯାତ୍ରୀ ତାଲିକାରେ ପ୍ରିଗୋଜିନଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ଏହି ବିମାନ ମସ୍କୋରୁ ସେଣ୍ଟ ପିଟର୍ସବର୍ଗକୁ ଯାଉଥିଲା। ପ୍ରିଗୋଜିନ ଜୁନ୍ ମାସରେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଏବଂ ପରେ ବୁଝାମଣା ପରେ ବେଲାରୁଷ୍ ପଳାଇଥିଲେ। ତେବେ ସେ କେବେ ଏବଂ କିଭଳି ପୁଣି ରୁଷ୍ରେ ପହଞ୍ଚିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଦୁଇ ଦିନ ପୂର୍ବେ ପ୍ରିଗୋଜିନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। କିନ୍ତୁ ତାଙ୍କର ଅବସ୍ଥିତି ନେଇ କିଛି ସ୍ପଷ୍ଟ ହୋଇନଥିଲା। ୧୯୬୧ରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିବା ପ୍ରିଗୋଜିନ ଏକଦା ପୁଟିନଙ୍କର ଅତି ଘନିଷ୍ଠ ଥିଲେ ଏବଂ ଏହି କାରଣରୁ ତାଙ୍କୁ ୟୁକ୍ରେନ୍ ପଠାଯାଇଥିଲା।




