ପୁଟିନଙ୍କ ଉପରେ ଟ୍ରମ୍ପ ଅସନ୍ତୁଷ୍ଟ

କିବ୍‌: ୟୁକ୍ରେନ୍‌ ଯୁଦ୍ଧ ବିରାମ ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କ୍ରମାଗତ ଭାବେ ଅଣଦେଖା କରିଆସୁଛନ୍ତି। ଏହା ସହ ୟୁକ୍ରେନ୍‌ ଉପରେ ବଡ଼ଧରଣର ଆକ୍ରମଣ ମଧ୍ୟ କରିଛନ୍ତି। ଏଥିରେ ‌ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିବା ସହ ରୁଷ୍‌ ଉପରେ ନୂତନ କଟକଣା ଲଗାଇବାକୁ ଧମକ ଦେଇଛନ୍ତି। ଶୁକ୍ରବାର, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ପୁଟିନ୍‌ଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା ପରେ ସେ ଅସୁଖୀ ଅଛନ୍ତି। ପୁଟିନ କେବଳ ଲୋକଙ୍କୁ […]

ପୁଟିନଙ୍କ ଉପରେ ଟ୍ରମ୍ପ ଅସନ୍ତୁଷ୍ଟ
Samaya Live Picture
Published On

କିବ୍‌: ୟୁକ୍ରେନ୍‌ ଯୁଦ୍ଧ ବିରାମ ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କ୍ରମାଗତ ଭାବେ ଅଣଦେଖା କରିଆସୁଛନ୍ତି। ଏହା ସହ ୟୁକ୍ରେନ୍‌ ଉପରେ ବଡ଼ଧରଣର ଆକ୍ରମଣ ମଧ୍ୟ କରିଛନ୍ତି। ଏଥିରେ ‌ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିବା ସହ ରୁଷ୍‌ ଉପରେ ନୂତନ କଟକଣା ଲଗାଇବାକୁ ଧମକ ଦେଇଛନ୍ତି। ଶୁକ୍ରବାର, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ପୁଟିନ୍‌ଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା ପରେ ସେ ଅସୁଖୀ ଅଛନ୍ତି। ପୁଟିନ କେବଳ ଲୋକଙ୍କୁ ହତ୍ୟା କରି ଆଗକୁ ବଢ଼ିବାକୁ ଚାହାନ୍ତି। ଏହା ଭଲ ନୁହେଁ। ସେହିଭଳି ଶୁକ୍ରବାର ଟ୍ରମ୍ପଙ୍କ ସହ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି। ଟେଲିଫୋନ୍‌ ଆଲୋଚନା ପରେ ଜେଲେନ୍‌ସ୍କି କହିଛନ୍ତି, ଆମେ ବାୟୁ ପ୍ରତିରକ୍ଷାର ସୁଯୋଗ ସମ୍ପର୍କରେ ଆଲୋଚନା କରିଛୁ। ଆମର ଆକାଶସୀମାକୁ ଶକ୍ତିଶାଳୀ ଓ ସୁରକ୍ଷିତ ରଖିବା ନିମନ୍ତେ ମିଳିମିଶି କାମ କରିବା ଉପରେ ଉଭୟ ରାଜି ହୋଇଛୁ। ଅପରପକ୍ଷରେ, ରୁଷ୍‌ ମୁଖପାତ୍ର ଦିମିତ୍ରି ପେସ୍‌କୋଭ୍‌ କହିଛନ୍ତି, ଯେତେବେଳେ ଯାଏଁ ବୁଝାମଣା ସମ୍ଭବ ନୁହେଁ, ସେତେବେଳେ ଯାଏଁ ଆମର ସ୍ବତନ୍ତ୍ର ଅଭିଯାନ ଜାରି ରହିବ।

Tags: