ପୁଟିନଙ୍କୁ ଭେଟିଲେ ଜିନପିଙ୍ଗ, ଅସ୍ତ୍ର ଚୁକ୍ତି ଉପ‌ରେ ସାରା ବିଶ୍ବର ନଜର

ନୂଆଦିଲ୍ଲୀ : ଉତ୍ତରକୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ରୁଷ୍‌ର ଭ୍ଲାଡ଼ିଭଷ୍ଟକ ସହରରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ପୁଟିନଙ୍କ ସହ ଉତ୍ତରକୋରିଆ ନେତାଙ୍କର ୨୦୧୯ ପରେ ଏହା ପ୍ରଥମ ଶିଖର ସମ୍ମେଳନ ହେବାକୁ ଯାଉଛି। ପୁଟିନ ଓ କିମ୍ ଜଙ୍ଗ ଉନଙ୍କ ଏହି ସାକ୍ଷାତ୍‌କାର ଉପରେ ସାରା ଦୁନିଆ ନଜର ରଖିଛି। ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର ପାଇଁ ଉତ୍ତରକୋରିଆରୁ ରୁଷ୍ ଅସ୍ତ୍ରଶସ୍ତ୍ର କିଣିବା ଲାଗି ଚୁକ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରକୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ରୁଷ୍‌ର ଭ୍ଲାଡ଼ିଭଷ୍ଟକ ସହରରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ପୁଟିନଙ୍କ ସହ ଉତ୍ତରକୋରିଆ ନେତାଙ୍କର ୨୦୧୯ ପରେ ଏହା ପ୍ରଥମ ଶିଖର ସମ୍ମେଳନ ହେବାକୁ ଯାଉଛି। ପୁଟିନ ଓ କିମ୍ ଜଙ୍ଗ ଉନଙ୍କ ଏହି ସାକ୍ଷାତ୍‌କାର ଉପରେ ସାରା ଦୁନିଆ ନଜର ରଖିଛି। ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର ପାଇଁ ଉତ୍ତରକୋରିଆରୁ ରୁଷ୍ ଅସ୍ତ୍ରଶସ୍ତ୍ର କିଣିବା ଲାଗି ଚୁକ୍ତି ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏନେଇ ଚିନ୍ତା ପ୍ରକଟ ହୋଇଛି।
ୟୁକ୍ରେନ୍ ଯୁଦ୍ଧକୁ ନେଇ ଜାତିସଂଘ କଟକଣାର ସମ୍ମୁଖୀନ ହୋଇଥିବା ରୁଷ୍‌କୁ ଉତ୍ତରକୋରିଆ ସାହାଯ୍ୟ କରିପାରିବ ବୋଲି ବିଶ୍ବାସ କରାଯାଉଛି। କିମ୍ ଜଙ୍ଗ ଉନଙ୍କ ଏହି ଯାତ୍ରା ଅବସରରେ ରୁଷ୍ ସହ ଅସ୍ତ୍ରଶସ୍ତ୍ରକୁ ନେଇ ଏକ ବଡ଼ ଡିଲ୍ ହୋଇପାରେ। ଦକ୍ଷିଣ କୋରିଆର ବିଶେଷଜ୍ଞ କହିଛନ୍ତି, ପୁଟିନଙ୍କୁ ଅସ୍ତ୍ରଶସ୍ତ୍ର ମିଳିବ ଏବଂ ଉତ୍ତର କୋରିଆକୁ ନିଜ ପରମାଣୁ ପ୍ରଯୁକ୍ତି କ୍ଷମତାକୁ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତି କୌଶଳ ମିଳିବ। କିମ୍‌ଙ୍କ ସହ ଉତ୍ତରକୋରିଆର ପରମାଣୁ ସକ୍ଷମ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସାମଗ୍ରୀର ଦାୟିତ୍ବରେ ଥିବା ଶୀର୍ଷ ସୈନ୍ୟ ଅଧିକାରୀ ମଧ୍ୟ ରୁଷ୍ ପହଞ୍ଚିଛନ୍ତି। ଏହାକୁ ନେଇ ୟୁକ୍ରେନ୍ ଯୁଦ୍ଧ ପାଇଁ ଚିନ୍ତିତ ଥିବା ପାଶ୍ଚାତ୍ୟ ଦେଶଗୁଡ଼ିକର ଚିନ୍ତା ବଢ଼ିଯାଇଛି। ଉତ୍ତରକୋରିଆ ୟୁକ୍ରେନ ଯୁଦ୍ଧ ପାଇଁ ଅସ୍ତ୍ର ଦେବ ଏବଂ ଏହାର ପ୍ରତି ବଦଳରେ ରୁଷ୍‌ ଉତ୍ତରକୋରିଆ ପରମାଣୁ ଅସ୍ତ୍ର ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ସହଯୋଗ କରିବ।

Tags: