ପୁଟିନଙ୍କୁ ଭାରତକୁ ନିମନ୍ତ୍ରଣ କଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। କଥାବାର୍ତ୍ତା ସମୟରେ ଉଭୟ ନେତା ୟୁକ୍ରେନରେ ଚାଲିଥିବା ବିବାଦ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଏବଂ ଦ୍ବିପାକ୍ଷିକ ସହଯୋଗର ପ୍ରଗତି ସମୀକ୍ଷା କରିଛନ୍ତି। କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ୨୩ତମ ବାର୍ଷିକ ଦ୍ବିପାକ୍ଷିକ ସମ୍ମିଳନୀ ଅବସରରେ ମୋଦୀ ପୁଟିନଙ୍କୁ ଭାରତକୁ ନିମନ୍ତ୍ରଣ କରିଛନ୍ତି। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। କଥାବାର୍ତ୍ତା ସମୟରେ ଉଭୟ ନେତା ୟୁକ୍ରେନରେ ଚାଲିଥିବା ବିବାଦ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଏବଂ ଦ୍ବିପାକ୍ଷିକ ସହଯୋଗର ପ୍ରଗତି ସମୀକ୍ଷା କରିଛନ୍ତି। କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ୨୩ତମ ବାର୍ଷିକ ଦ୍ବିପାକ୍ଷିକ ସମ୍ମିଳନୀ ଅବସରରେ ମୋଦୀ ପୁଟିନଙ୍କୁ ଭାରତକୁ ନିମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ୨ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଶକ୍ତି ସହଯୋଗ କ୍ଷେତ୍ରକୁ ନୂଆ ପର୍ଯ୍ୟାୟରେ ପହଞ୍ଚାଇବ ବୋଲି ଆଶା କରାଯାଉଛି । ଦୁଇ ରାଷ୍ଟ୍ର ନେତାଙ୍କ ଟେଲିଫୋନ୍ କଥାବାର୍ତ୍ତା ନେଇ ଏକ ସରକାରୀ ବିବୃତି ଜାରି ହୋଇଛି। ବିବୃତି ଅନୁଯାୟୀ ୟୁକ୍ରେନ ସଙ୍କଟ ସଂକ୍ରାନ୍ତରେ ପୁଟିନ ମୋଦୀଙ୍କୁ ଅବଗତ କରିଛନ୍ତି ଏବଂ ମୋଦୀ ପୁଟିନଙ୍କ ବିସ୍ତୃତ ଆକଳନ ନେଇ ତାଙ୍କୁ ଧନ୍ୟବାଦ ଜଣାଇବା ସହ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସଂକ୍ରାନ୍ତରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି। ଦୁଇ ନେତା ଭାରତ-ରୁଷ୍ ସମ୍ପର୍କର ସମୀକ୍ଷା କରିଛନ୍ତି ଏବଂ ୨ ରାଷ୍ଟ୍ର ମଧ୍ୟରେ ସ୍ବତନ୍ତ୍ର ସହଭାଗିତାକୁ ଆହୁରି ଦୃଢ଼ିଭୂତ କରିବାକୁ ପ୍ରତିବଦ୍ଧ ହୋଇଛନ୍ତି। ସେହିପରି ଦୁଇ ନେତା ଦ୍ବିପାକ୍ଷିକ ଏଜେଣ୍ଡାର ପ୍ରଗତି ସମୀକ୍ଷା କରିଛନ୍ତି।




