ପୁଟିନଙ୍କର ଖୁବ୍‌ଶୀଘ୍ର ମୃତ୍ୟୁ ଘଟିବ : ଜେଲେନସ୍କି

କିବ୍‌: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଖୁବ୍‌ଶୀଘ୍ର ମୃତ୍ୟୁ ଘଟିବ ଏବଂ ଏହାପରେ ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବ ବୋଲି ସେ ବିଶ୍ବାସ ରଖିଛନ୍ତି। ଗତକାଲି ପ୍ୟାରିସ୍‌ରେ ୟୁରୋପୀୟ ସାମ୍ବାଦିକଙ୍କ ସହ ସାକ୍ଷାତକାର ସମୟରେ ଜେଲେନସ୍କି ଏହି ଟିପ୍ପଣୀ ଦେଇଛନ୍ତି। ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଶକ୍ତି ଭିତ୍ତିଭୂମି ଆକ୍ରମଣ ଏବଂ କୃଷ୍ଣ ସାଗରରେ ଆକ୍ରମଣ ଉପରେ ଆଂଶିକ ଯୁଦ୍ଧବିରତି ପାଇଁ ଉଭୟ ୟୁକ୍ରେନ […]

Samaya Live Picture
Published On

କିବ୍‌: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଖୁବ୍‌ଶୀଘ୍ର ମୃତ୍ୟୁ ଘଟିବ ଏବଂ ଏହାପରେ ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବ ବୋଲି ସେ ବିଶ୍ବାସ ରଖିଛନ୍ତି। ଗତକାଲି ପ୍ୟାରିସ୍‌ରେ ୟୁରୋପୀୟ ସାମ୍ବାଦିକଙ୍କ ସହ ସାକ୍ଷାତକାର ସମୟରେ ଜେଲେନସ୍କି ଏହି ଟିପ୍ପଣୀ ଦେଇଛନ୍ତି। ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଶକ୍ତି ଭିତ୍ତିଭୂମି ଆକ୍ରମଣ ଏବଂ କୃଷ୍ଣ ସାଗରରେ ଆକ୍ରମଣ ଉପରେ ଆଂଶିକ ଯୁଦ୍ଧବିରତି ପାଇଁ ଉଭୟ ୟୁକ୍ରେନ ଏବଂ ରୁଷ୍‌ ରାଜି ହେବାର କିଛି ଦିନ ପରେ ଜେଲେନସ୍କି ଏହି ଟିପ୍ପଣୀ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ପୁଟିନ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ କ୍ଷମତାରେ ରହିବେ ବୋଲି ଆଶା ରଖିଛନ୍ତି। ତାଙ୍କର ଲକ୍ଷ୍ୟ କେବଳ ୟୁକ୍ରେନ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ପାଶ୍ଚାତ୍ୟ ସହ ସିଧାସଳଖ ଯୁଦ୍ଧର ପରିଣତି ସୃଷ୍ଟି କରିପାରେ। ତେଣୁ ପୁଟିନଙ୍କ ଉପରେ ଚାପ ପକାଇବାପାଇଁ ଜେଲେନସ୍କି ଆମେରିକା ଏବଂ ୟୁରୋପକୁ ଅନୁରୋଧ କରିଛନ୍ତି। ରୁଷୀୟ ନେତା ୟୁରୋପୀୟ-ଆମେରିକୀୟ ମେଣ୍ଟକୁ ଭୟ କରିଛନ୍ତି ଏବଂ ଏହାକୁ ବିଭାଜନ କରିବାପାଇଁ ଆଶା ରଖିଛନ୍ତି। ପୁଟିନ ମଧ୍ୟ ନିଜ ମୃତ୍ୟୁକୁ ନେଇ ଭୟରେ ଅଛନ୍ତି।

Tags: