ପୁଞ୍ଚ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର : କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଆତଙ୍କବାଦୀ ନିପାତ ‌ହୋଇଛନ୍ତି। ସୁରନକୋଟ୍‌ର ସିନ୍ଧାରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇ ପୁଲିସ ଏବଂ ‌ସେନା ଦ୍ବାରା ଏକ ମିଳିତ ଅପରେସନ୍‌ ଆରମ୍ଭ ‌ହୋଇଥିଲା। ତେବେ ଆଜି ଭୋର ୫ଟା ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି […]

Samaya Live Picture
Published On

ଶ୍ରୀନଗର : କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଆତଙ୍କବାଦୀ ନିପାତ ‌ହୋଇଛନ୍ତି। ସୁରନକୋଟ୍‌ର ସିନ୍ଧାରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇ ପୁଲିସ ଏବଂ ‌ସେନା ଦ୍ବାରା ଏକ ମିଳିତ ଅପରେସନ୍‌ ଆରମ୍ଭ ‌ହୋଇଥିଲା। ତେବେ ଆଜି ଭୋର ୫ଟା ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ଜମ୍ମୁ କାଶ୍ମୀର ଏଡିଜି ପୁଲିସ ସ୍ପଷ୍ଟ କରିଛନ୍ତି।

Tags: