ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ପାକିସ୍ତାନୀ ଆତଙ୍କବାଦୀ ସାମିଲ
ଶ୍ରୀନଗର : ପୁଞ୍ଚ ଜିଲ୍ଲାରେ ଗତକାଲି ସେନା ଗାଡ଼ି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ଟି ଆତଙ୍କବାଦୀ ଗୋଷ୍ଠୀର ୭ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି। ଆତଙ୍କବାଦୀମାନେ ପାକିସ୍ତାନୀ ନେସନାଲିଷ୍ଟ ଗୋଷ୍ଠୀର ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନେ ଜେଇଏମ (ଜୈସ ଏ ମହମ୍ମଦ) ଏବଂ ଏଲ୍ଇଟି (ଲସ୍କର ଏ ତୋଏବା) ଗୋଷ୍ଠୀର ସହାୟତାରେ ଏହି କାମ କରିଛନ୍ତି। ଗୁଇନ୍ଦା ସୂଚନାନୁଯାୟୀ କାଶ୍ମୀରର ରାଜୌରୀରେ ଜେଇଏମ୍ ଏବଂ ଏଲ୍ଇଟିର କିଛି ସକ୍ରିୟ ସଦସ୍ୟ […]
ଶ୍ରୀନଗର : ପୁଞ୍ଚ ଜିଲ୍ଲାରେ ଗତକାଲି ସେନା ଗାଡ଼ି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ଟି ଆତଙ୍କବାଦୀ ଗୋଷ୍ଠୀର ୭ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି। ଆତଙ୍କବାଦୀମାନେ ପାକିସ୍ତାନୀ ନେସନାଲିଷ୍ଟ ଗୋଷ୍ଠୀର ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନେ ଜେଇଏମ (ଜୈସ ଏ ମହମ୍ମଦ) ଏବଂ ଏଲ୍ଇଟି (ଲସ୍କର ଏ ତୋଏବା) ଗୋଷ୍ଠୀର ସହାୟତାରେ ଏହି କାମ କରିଛନ୍ତି। ଗୁଇନ୍ଦା ସୂଚନାନୁଯାୟୀ କାଶ୍ମୀରର ରାଜୌରୀରେ ଜେଇଏମ୍ ଏବଂ ଏଲ୍ଇଟିର କିଛି ସକ୍ରିୟ ସଦସ୍ୟ ଏହି ଆକ୍ରମଣ ପାଇଁ ସାହାଯ୍ୟ କରିଛନ୍ତି। ପିଓକେରୁ ରାଜୌକରୀ ଏବଂ ପୁଞ୍ଚ୍ ଦେଇ ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ କହୁଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଅପରାହ୍ନ ପ୍ରାୟ ୩ଟାରୋ ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍ ଉପରକୁ ଘନ ଘନ ଗ୍ରେନେଡ୍ ମାଡ଼ କରିଥିଦଲେ।ଫଳରେ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା ଏବଂ ୫ ଯବାନ ସହିଦ ହୋଇଥିଲେ।




