ପୁଞ୍ଚ୍‌ରେ ଭାରତ-ପାକିସ୍ତାନ ଫ୍ଲାଗ୍‌ ବୈଠକ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଞ୍ଚ୍‌ ଜିଲ୍ଲାର ଏଲ୍‌ଓସିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫ୍ଲାଗ୍‌ ବୈଠକ ହୋଇଛି। ନିକଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସୀମାପାର ଗୁଳିମାଡ଼ ଏବଂ ଆଇଇଡି ବିସ୍ଫୋରଣକୁ ନେଇ ଉତ୍ତେଜନା ସ୍ଥିତି ଲାଗି ରହିଥିବା ବେଳେ ଗତକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବ୍ରିଗେଡ୍‌ କମାଣ୍ଡରସ୍ତରୀୟ ଫ୍ଲାଗ୍‌ ବୈଠକ ହୋଇଛି। ବୈଠକ ୭୫ ମିନିଟ୍‌ ଧରି ଚାଲିଥିଲା। ବୈଠକରେ ଉଭୟ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତିକୁ ସମ୍ମାନ ଦେବେ ବୋଲି […]

ପୁଞ୍ଚ୍‌ରେ ଭାରତ-ପାକିସ୍ତାନ ଫ୍ଲାଗ୍‌ ବୈଠକ
Samaya Live Picture
Published On

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଞ୍ଚ୍‌ ଜିଲ୍ଲାର ଏଲ୍‌ଓସିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫ୍ଲାଗ୍‌ ବୈଠକ ହୋଇଛି। ନିକଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସୀମାପାର ଗୁଳିମାଡ଼ ଏବଂ ଆଇଇଡି ବିସ୍ଫୋରଣକୁ ନେଇ ଉତ୍ତେଜନା ସ୍ଥିତି ଲାଗି ରହିଥିବା ବେଳେ ଗତକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବ୍ରିଗେଡ୍‌ କମାଣ୍ଡରସ୍ତରୀୟ ଫ୍ଲାଗ୍‌ ବୈଠକ ହୋଇଛି। ବୈଠକ ୭୫ ମିନିଟ୍‌ ଧରି ଚାଲିଥିଲା। ବୈଠକରେ ଉଭୟ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତିକୁ ସମ୍ମାନ ଦେବେ ବୋଲି ରାଜି ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ପାକିସ୍ତାନ ପଟୁ ସୀମାପାର ଗୁଳିମାଡ଼ ବୃଦ୍ଧି ପାଇଥିବା ଜଣାପଡ଼ିଛି।

Tags: