ପୁଞ୍ଚରେ ପ୍ରାଣ ହାରିଥିବା ନାଗରିକଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ରାଜନାଥ

ନୂଆଦିଲ୍ଲୀ : ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ ଜମ୍ମୁ କାଶ୍ମୀର ଗସ୍ତ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପୁଞ୍ଚରେ ପ୍ରାଣ ହାରିଥିବା ନାଗରିକଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଡିସେମ୍ବର ୨୨ ତାରିଖରେ ପୁଞ୍ଚରେ ରହସ୍ୟଜନକ ଅବସ୍ଥାରେ ୩ ନାଗରିକଙ୍କ ମୃତଦେହ ମିଳିଥିଲା। ଏହାର ଠିକ୍ ଦିନକ ପୂର୍ବରୁ ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ ହୋଇଯାଇଥିଲେ। ୩ ନାଗରିକଙ୍କ ମୃତ୍ୟୁ ଘଟଣାର ସେନା ତଦନ୍ତ ଆରମ୍ଭ କରିଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ […]

Samaya Live Picture
Published On

ନୂଆଦିଲ୍ଲୀ : ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ ଜମ୍ମୁ କାଶ୍ମୀର ଗସ୍ତ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପୁଞ୍ଚରେ ପ୍ରାଣ ହାରିଥିବା ନାଗରିକଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଡିସେମ୍ବର ୨୨ ତାରିଖରେ ପୁଞ୍ଚରେ ରହସ୍ୟଜନକ ଅବସ୍ଥାରେ ୩ ନାଗରିକଙ୍କ ମୃତଦେହ ମିଳିଥିଲା। ଏହାର ଠିକ୍ ଦିନକ ପୂର୍ବରୁ ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ ହୋଇଯାଇଥିଲେ। ୩ ନାଗରିକଙ୍କ ମୃତ୍ୟୁ ଘଟଣାର ସେନା ତଦନ୍ତ ଆରମ୍ଭ କରିଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ପୁଞ୍ଚ୍ ଗସ୍ତ କରି ଅଞ୍ଚଳରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ସୁରକ୍ଷା ସଂକ୍ରାନ୍ତ ସମୀକ୍ଷା ବୈଠକ କରିଛନ୍ତି। ତେବେ ରାଜନାଥ ଆଜି ମୃତ ୩ ନାଗରିକଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ରାଜନାଥ ଆଜି ଅପରାହ୍ନରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ପୁଞ୍ଚ୍ ଯାଇଛନ୍ତି। ଆହତ ନାଗରିକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ବୁଝିବାପାଇଁ ରାଜନାଥ ମଧ୍ୟ ସରକାରୀ ମେଡିକାଲ କଲେଜ ଯାଇଛନ୍ତି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Tags: