ପୁଞ୍ଚରେ ଆକସ୍ମିକ ବନ୍ୟାରେ ଭାସିଗଲେ ୨ ଯବାନ
ପୁଞ୍ଚ: କାଶ୍ମୀରର ପୁଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଆକସ୍ମିକ ବନ୍ୟା ଆସି ଦୁଇ ଜଣ ଯବାନଙ୍କୁ ଭସାଇ ନେଇଛି। ୨ ଯବାନଙ୍କର ଶବ ଉଦ୍ଧାର କରାଯାଇଥିବା ପୁଲିସ ପ୍ରକାଶ କରିଛି। ଗତକାଲି ଏହି ଘଟଣା ଘଟିଛି। ସେନା କର୍ମଚାରୀମାନେ ସୁରନକୋଟ ଅଞ୍ଚଳରେ ଡୋଗ୍ରା ନାଲା ଅତିକ୍ରମ କରୁଥିବା ବେଳେ ପ୍ରବଳ ଜଳସ୍ରୋତରେ ଦୁଇଜଣ ସୈନିକ ଭାସିଯାଇଥିଲେ। ଶନିବାର ରାତିରେ ନାଏବ ସୁବେଦାର କୁଲଦୀପ ସିଂହଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଦ୍ବିତୀୟ ସୈନିକଙ୍କ ଶବ ରବିବାର […]
ପୁଞ୍ଚ: କାଶ୍ମୀରର ପୁଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଆକସ୍ମିକ ବନ୍ୟା ଆସି ଦୁଇ ଜଣ ଯବାନଙ୍କୁ ଭସାଇ ନେଇଛି। ୨ ଯବାନଙ୍କର ଶବ ଉଦ୍ଧାର କରାଯାଇଥିବା ପୁଲିସ ପ୍ରକାଶ କରିଛି। ଗତକାଲି ଏହି ଘଟଣା ଘଟିଛି। ସେନା କର୍ମଚାରୀମାନେ ସୁରନକୋଟ ଅଞ୍ଚଳରେ ଡୋଗ୍ରା ନାଲା ଅତିକ୍ରମ କରୁଥିବା ବେଳେ ପ୍ରବଳ ଜଳସ୍ରୋତରେ ଦୁଇଜଣ ସୈନିକ ଭାସିଯାଇଥିଲେ। ଶନିବାର ରାତିରେ ନାଏବ ସୁବେଦାର କୁଲଦୀପ ସିଂହଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଦ୍ବିତୀୟ ସୈନିକଙ୍କ ଶବ ରବିବାର ଉଦ୍ଧାର କରାଯାଇଛି।




