ପୁଅ ହିନ୍ଦୁ ଝିଅକୁ ବିବାହ କରିବାରୁ ମୁସଲିମ ଦମ୍ପତିଙ୍କୁ ପିଟିପିଟି ହତ୍ୟା
ସୀତାପୁର : ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମୁସଲିମ ଦମ୍ପତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଉକ୍ତ ମୁସଲିମ ଦମ୍ପତିଙ୍କ ପୁଅ ଜଣେ ହିନ୍ଦୁୁ ଝିଅକୁ ନେଇ ପଳାଇବାରୁ ସେମାନଙ୍କ କିଛି ପଡ଼ୋଶୀ ସେମାନଙ୍କୁ ଲୁହା ରଡ୍ ଏବଂ ବାଡ଼ିରେ ପିଟିପିଟି ହତ୍ୟା କରିଛନ୍ତି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଝିଅର ବାପା ଥିବା ଜଣାପଡ଼ିଛି। ଆବ୍ବାସ ଏବଂ ତାଙ୍କ ପତ୍ନୀ କପରୁଲ ନିଶାଙ୍କୁ ଗତକାଲି […]
ସୀତାପୁର : ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମୁସଲିମ ଦମ୍ପତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଉକ୍ତ ମୁସଲିମ ଦମ୍ପତିଙ୍କ ପୁଅ ଜଣେ ହିନ୍ଦୁୁ ଝିଅକୁ ନେଇ ପଳାଇବାରୁ ସେମାନଙ୍କ କିଛି ପଡ଼ୋଶୀ ସେମାନଙ୍କୁ ଲୁହା ରଡ୍ ଏବଂ ବାଡ଼ିରେ ପିଟିପିଟି ହତ୍ୟା କରିଛନ୍ତି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଝିଅର ବାପା ଥିବା ଜଣାପଡ଼ିଛି। ଆବ୍ବାସ ଏବଂ ତାଙ୍କ ପତ୍ନୀ କପରୁଲ ନିଶାଙ୍କୁ ଗତକାଲି ପିଟିପିଟି ହତ୍ୟା କରାଯାଇଛି। ସୀତାପୁର ଏସ୍ପି ଚକ୍ରେଶ ମିଶ୍ର କହିଛନ୍ତି ଗତ କିଛି ବର୍ଷ ପୂର୍ବେ ଆବ୍ବାସଙ୍କ ପୁଅ ତାଙ୍କର ଜଣେ ପଡ଼ୋଶୀଙ୍କ ଝିଅକୁ ନେଇ ପଳାଇଥିଲେ। ଏନେଇ ଏକ ମାମଲା ରୁଜୁ ହୋଇଥିଲା। ଆବ୍ବାସଙ୍କ ପୁଅ ମଧ୍ୟ ଜେଲ୍ରେ ଥିଲା। ତେବେ ଗତ କିଛି ଦିନ ତଳେ ଆବ୍ବାସଙ୍କ ପୁଅ ଜେଲ୍ରୁ ମୁକୁଳିଥିଲେ। ଏହାପରେ ଝିଅ ଘରର ପରିବାର ସଦସ୍ୟ ଆବ୍ବାସ ଏବଂ ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ। ଗ୍ରାମବାସୀଙ୍କ ଅନୁଯାୟୀ ମୃତ ଦମ୍ପତିଙ୍କ ପୁଅ ସୌକତଙ୍କର ତାଙ୍କର ଜଣେ ପଡ଼ୋଶୀ ରାମପାଲ୍ଙ୍କ ଝିଅ ରୁବି ସହ ପ୍ରେମ ସମ୍ପର୍କ ଥିଲା। ୨୦୨୦ରେ ସୌକତ ରୁବିକୁ ଅବହରଣ କରିନେଇଥିଲେ। ସେ ସମୟରେ ରୁବି ନାବାଳିକା ଥିଲେ। ଏହାପରେ ପୁଲିସ ସୌକତଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଜେଲ୍ ପଠାଇଥିଲା। ତେବେ ସେ ଜେଲ୍ରୁ ମୁକୁଳିବାପରେ ଗତ ଜୁନ୍ରେ ପୁଣିଥରେ ରୁବିଙ୍କୁ ଅପହରଣ କରି ବିବାହ କରିଛି।




