ପୁଅ ଜଣେ ଝିଅକୁ ନେଇ ଫେରାର୍ ହୋଇଯିବାରୁ ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଲେ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗଭିରେ ଅତି ଅମାନବୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ଘରୁ ଘୋଷାଡ଼ି ନେଇ ଉଲଗ୍ନ କରି ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି। ତାଙ୍କ ଭୁଲ୍ କେବଳ ଏତିକି ଯେ ତାଙ୍କ ପୁଅ ଜଣେ ଝିଅକୁ ଭଲ ପାଉଥିଲା ଏବଂ ସେ ଝିଅକୁ ନେଇ ସେ ପଳାଇଛି। ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଗୃହମନ୍ତ୍ରୀ ଜି ପରମେଶ୍ବର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୁଲିସ ଅନୁଯାୟୀ ଝିଅ ଘର ପରିବାର […]

Samaya Live Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗଭିରେ ଅତି ଅମାନବୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ଘରୁ ଘୋଷାଡ଼ି ନେଇ ଉଲଗ୍ନ କରି ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି। ତାଙ୍କ ଭୁଲ୍ କେବଳ ଏତିକି ଯେ ତାଙ୍କ ପୁଅ ଜଣେ ଝିଅକୁ ଭଲ ପାଉଥିଲା ଏବଂ ସେ ଝିଅକୁ ନେଇ ସେ ପଳାଇଛି। ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଗୃହମନ୍ତ୍ରୀ ଜି ପରମେଶ୍ବର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୁଲିସ ଅନୁଯାୟୀ ଝିଅ ଘର ପରିବାର ଲୋକ ମହିଳାଙ୍କୁ ତାଙ୍କ ଘରୁ ଘୋଷାଡ଼ି ଆଣି ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି, କେବଳ ବେଲଗଭି ନୁହେଁ, ଆମ ସରକାର ସବୁଠି କଠୋର। ଅପରାଧ ଯାହା ବି ହେଉ ଆମ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Tags: