ପୁଅଙ୍କ ‘ସନାତନ’ ଟିପ୍ପଣୀ ପ୍ରସଙ୍ଗରେ ମୁହଁ ଖୋଲିଲେ ଏମ‌କେ ଷ୍ଟାଲିନ

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀ ପ୍ରସଙ୍ଗରେ ଆଜି ତାଙ୍କ ନିରବତା ଭାଙ୍ଗିଛନ୍ତି। ଏମ୍ କେ ଷ୍ଟାଲିନ କହିଛନ୍ତି, ଉଦୟନିଧି କ’ଣ କହିଛନ୍ତି ନଜାଣି ପ୍ରଧାନମନ୍ତ୍ରୀ କିଛି ଟିପ୍ପଣୀ ରଖିବା ବେଆଇନ। ସନାତନ ଧର୍ମ ବିରୋଧରେ ଉଦୟନିଧିଙ୍କ ଟିପ୍ପଣୀକୁ ଯେଉଁଭଳି ସମାଲୋଚନା କରାଯାଇଛି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତାକୁ ମିଥ୍ୟା ବର୍ଣ୍ଣନା ବୋଲି କହିଛନ୍ତି। ଷ୍ଟାଲିନ କହିଛନ୍ତି, ଦଳିତ ନିତି ବିରୋଧରେ ତାଙ୍କ ଆଭିମୁଖ୍ୟକୁ ବିଜେପି […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀ ପ୍ରସଙ୍ଗରେ ଆଜି ତାଙ୍କ ନିରବତା ଭାଙ୍ଗିଛନ୍ତି। ଏମ୍ କେ ଷ୍ଟାଲିନ କହିଛନ୍ତି, ଉଦୟନିଧି କ’ଣ କହିଛନ୍ତି ନଜାଣି ପ୍ରଧାନମନ୍ତ୍ରୀ କିଛି ଟିପ୍ପଣୀ ରଖିବା ବେଆଇନ। ସନାତନ ଧର୍ମ ବିରୋଧରେ ଉଦୟନିଧିଙ୍କ ଟିପ୍ପଣୀକୁ ଯେଉଁଭଳି ସମାଲୋଚନା କରାଯାଇଛି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତାକୁ ମିଥ୍ୟା ବର୍ଣ୍ଣନା ବୋଲି କହିଛନ୍ତି। ଷ୍ଟାଲିନ କହିଛନ୍ତି, ଦଳିତ ନିତି ବିରୋଧରେ ତାଙ୍କ ଆଭିମୁଖ୍ୟକୁ ବିଜେପି ସମର୍ଥିତ ଶକ୍ତି ସହ୍ୟ କରିପାରୁନାହାନ୍ତି ଏବଂ ଉଦୟନିଧି ସନାତନ ଚିନ୍ତାଧାରାର ଲୋକଙ୍କୁ ଗଣହତ୍ୟା ପାଇଁ ଆହ୍ବାନ ଦେଇଛନ୍ତି ବୋଲି ମିଥ୍ୟା ପ୍ରଚାର କରୁଛନ୍ତି। ବିଜେପି ଦ୍ବାରା ସୋସିଆଲ ମିଡିଆ ମାଧ୍ୟମରେ ଉତ୍ତରାଞ୍ଚଳ ରାଜ୍ୟ ଗୁଡ଼ିକରେ ମିଥ୍ୟା ଖବର ପ୍ରସାର କରାଯାଉଛି। କିନ୍ତୁ ଉଦୟନିଧଥି ଉଭୟ ତାମିଲ ଏବଂ ଇଂରାଜି କେଉଁଥିରେ ବି ଗଣହତ୍ୟା ଶବ୍ଦ ବ୍ୟବହାର କରିନାହାନ୍ତି ବୋଲି ସେ କହିଛନ୍ତି। ଉଦୟନିଧି ଷ୍ଟାଲିକଙ୍କ ମୁଣ୍ଡରେ ଅଯୋଧ୍ୟା ସାଧୁ ପୁରସ୍କାର ରାଶି ଘୋଷଣା କରିବା ପ୍ରସଙ୍ଗରେ ଷ୍ଟାଲିନ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ତାଙ୍କ ବିରୋଧରେ ଉତ୍ତରପ୍ରଦେଶ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କି ବୋଲି ଏମ୍କେ ଷ୍ଟାଲିନ ପ୍ରଶ୍ନ କରିଛନ୍ତି।

Tags: