ପିଲାମାନଙ୍କୁ ଭେଟିବାପାଇଁ ପାକିସ୍ତାନରୁ ଘରକୁ ଫେରିବେ ଭାରତୀୟ ମହିଳା ଅଞ୍ଜୁ 

ନୂଆଦିଲ୍ଲୀ  :  ପ୍ରେମ ପାଇଁ ସୀମା ପାର କରି ପାକିସ୍ତାନୀ ଯୁବକଙ୍କୁ ବିବାହ କରିଥିବା ଭାରତୀୟ ମହିଳା ଅଞ୍ଜୁ ଏବେ ପୁଣିଥରେ ନିଜ ଘରକୁ ଫେରିବେ। ଅଞ୍ଜୁ ତାଙ୍କର ୨ ପିଲାଙ୍କୁ ମନେ ପକାଇ ବେଶ୍‌ ଭାଙ୍ଗିପଡ଼ିଛନ୍ତି। ସେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଅଛନ୍ତି।  ତେଣୁ ସେ ଖୁବ୍‌ଶୀଘ୍ର ଭ‌ାରତ ଫେରି ଆସିବେ ବୋଲି ତାଙ୍କ ପାକିସ୍ତାନୀ ସ୍ବାମୀ ନସରୁଲ୍ଲା କହିଛନ୍ତି। ଅଞ୍ଜୁ ନସରୁଲ୍ଲାଙ୍କୁ ବିବାହ କରିବା ପରେ ଏବେ ଫତିମା ନାଁରେ ଜଣାଶୁଣା। ନସରୁଲ୍ଲା କହିଛନ୍ତି, […]

Samaya Live Picture
Published On

ନୂଆଦିଲ୍ଲୀ  :  ପ୍ରେମ ପାଇଁ ସୀମା ପାର କରି ପାକିସ୍ତାନୀ ଯୁବକଙ୍କୁ ବିବାହ କରିଥିବା ଭାରତୀୟ ମହିଳା ଅଞ୍ଜୁ ଏବେ ପୁଣିଥରେ ନିଜ ଘରକୁ ଫେରିବେ। ଅଞ୍ଜୁ ତାଙ୍କର ୨ ପିଲାଙ୍କୁ ମନେ ପକାଇ ବେଶ୍‌ ଭାଙ୍ଗିପଡ଼ିଛନ୍ତି। ସେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଅଛନ୍ତି।  ତେଣୁ ସେ ଖୁବ୍‌ଶୀଘ୍ର ଭ‌ାରତ ଫେରି ଆସିବେ ବୋଲି ତାଙ୍କ ପାକିସ୍ତାନୀ ସ୍ବାମୀ ନସରୁଲ୍ଲା କହିଛନ୍ତି। ଅଞ୍ଜୁ ନସରୁଲ୍ଲାଙ୍କୁ ବିବାହ କରିବା ପରେ ଏବେ ଫତିମା ନାଁରେ ଜଣାଶୁଣା। ନସରୁଲ୍ଲା କହିଛନ୍ତି, ଆସନ୍ତା ମାସରେ ଅଞ୍ଜୁ ତାଙ୍କ ଘରକୁ ଫେରିବେ।  ଏଥିପାଇଁ କାଗଜପତ୍ର କାମ ଚାଲିଛି ବୋଲି ସେ କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ ଅଞ୍ଜୁ ପୂର୍ବରୁ ରାଜସ୍ଥାନର ଅରବିନ୍ଦଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୧୫ ବର୍ଷର ଝିଅ ଏବଂ ୬ ବର୍ଷର ପୁଅ ଥିଲା । ନିଜ ପିଲାମାନଙ୍କଠାରୁ ଦୂରରେ ରହି ସେ ଭାଙ୍ଗି ପଡ଼ିଛନ୍ତି ବୋଲି ନସରୁଲ୍ଲା କହିଛନ୍ତି ।

 

Tags: