ପିଓକେ ବାସିନ୍ଦା ଭାରତ ସହ ମିଶିଯିବା ଉଚିତ: ରାଜନାଥ

ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ବାସିନ୍ଦା ଭାରତ ସହ ମିଶିଯିବା ଉଚିତ। ଭାରତ ପିଓକେ ବାସିନ୍ଦାଙ୍କୁ ନିଜର ନିଜର ବିବେଚନା କରେ, କିନ୍ତୁ ପାକିସ୍ତାନ ସେମାନଙ୍କୁ ବିଦେଶୀ ଭଳି ବ୍ୟବହାର କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରାମବାନ୍‌ର ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ରାଜନାଥ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ନିଜ ଅଭିଭାଷଣରେ ରାଜନାଥ କହିଛନ୍ତି, ଜମ୍ମୁ ଓ କଶ୍ମୀରରେ ପରବର୍ତ୍ତୀ ସରକର ଗଠନ କରିବାକୁ ବିଜେପିକୁ ସହାୟତା କରନ୍ତୁ। ଏହାଦ୍ବାରା […]

Samaya Live Picture
Published On

ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ବାସିନ୍ଦା ଭାରତ ସହ ମିଶିଯିବା ଉଚିତ। ଭାରତ ପିଓକେ ବାସିନ୍ଦାଙ୍କୁ ନିଜର ନିଜର ବିବେଚନା କରେ, କିନ୍ତୁ ପାକିସ୍ତାନ ସେମାନଙ୍କୁ ବିଦେଶୀ ଭଳି ବ୍ୟବହାର କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରାମବାନ୍‌ର ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ରାଜନାଥ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ନିଜ ଅଭିଭାଷଣରେ ରାଜନାଥ କହିଛନ୍ତି, ଜମ୍ମୁ ଓ କଶ୍ମୀରରେ ପରବର୍ତ୍ତୀ ସରକର ଗଠନ କରିବାକୁ ବିଜେପିକୁ ସହାୟତା କରନ୍ତୁ। ଏହାଦ୍ବାରା ଅଞ୍ଚଳରେ ବିପୁଳ ବିକାଶ ହେବ। ଏହି ଉନ୍ନତି ଦେଇ ପାକିସ୍ତାନ ଅଧିକୃତ କଶ୍ମୀରର ବାସିନ୍ଦା କହିବେ ଯେ ସେମାନେ ଆଉ ପାକିସ୍ତାନ ସହ ନରହି ଭାରତକୁ ପଳାଇବେ। ସେ ପିଓକେର ବାସିନ୍ଦାଙ୍କୁ କହିବାକୁ ଚାହାନ୍ତି ଯେ ପାକିସ୍ତାନ ସେମାନଙ୍କୁ ବିଦେଶୀ ବୋଲି ଗଣନା କରୁଛି, କିନ୍ତୁ ଭାରତର ଅଧିବାସୀମାନେ ସେମାନଙ୍କୁ ଏଭଳି ବିଚାର କରୁନାହାନ୍ତି। ଆମେ ଆପଣମାନଙ୍କୁ ନିଜର ଲୋକ ବୋଲି ଭାବୁଛୁ। ତେଣୁ ଆମ ସହ ଯୋଗ ଦିଅ ବୋଲି ରାଜନାଥ କହିଥିଲେ।

Tags: