ପିଓକେରେ ପାକ୍ ସେନା କମାଣ୍ଡୋ ସମେତ ପାକିସ୍ତାନର ବ୍ୟାଟ୍ ଟିମ୍
ଶ୍ରୀନଗର : ଏଲ୍ଓସି ନିକଟସ୍ଥ କାଶ୍ମୀରର ରାଜୌରୀ ସେକ୍ଟରରେ ପାକିସ୍ତାନର ବ୍ୟାଟ୍ (ବର୍ଡର ଆକ୍ସନ ଟିମ୍)କୁ ଦେଖିବାକୁ ମିଳିଛି। ଏହି ଟିମ୍ରେ ପାକିସ୍ତାନ ସେନାର କମାଣ୍ଡୋ ମଧ୍ୟ ଥିଲେ। ଗତ ସପ୍ତାହରେ ରାଜୌରୀ ଏନକାଉଣ୍ଟର ଘଟଣାର ତଦନ୍ତରୁ ଏହା ଜଣାପଡ଼ିଛି ଯେ ପାକିସ୍ତାନର ବ୍ୟାଟ୍ ଟିମ୍ ରାଜୌରୀରେ ଆତଙ୍କବାଦୀଙ୍କୁ ଯୁଦ୍ଧାସ୍ତ୍ର ଦେଇଥିଲେ। ଏହି ଟିମ୍କୁ ପୁଞ୍ଚ, ରାଜୌରୀ, ମେଣ୍ଢର, କ୍ରୀଷ୍ଣା ଘାଟି ଏବଂ ବିମ୍ବର ଗଲିରେ ଦେଖିବାକୁ ମିଳିଛି। ପାକିସ୍ତାନ ବ୍ୟାଟ ଟିମ୍ ଆତଙ୍କବାଦୀଙ୍କୁ ଜମ୍ମୁ ସେକ୍ଟରକୁ […]
ଶ୍ରୀନଗର : ଏଲ୍ଓସି ନିକଟସ୍ଥ କାଶ୍ମୀରର ରାଜୌରୀ ସେକ୍ଟରରେ ପାକିସ୍ତାନର ବ୍ୟାଟ୍ (ବର୍ଡର ଆକ୍ସନ ଟିମ୍)କୁ ଦେଖିବାକୁ ମିଳିଛି। ଏହି ଟିମ୍ରେ ପାକିସ୍ତାନ ସେନାର କମାଣ୍ଡୋ ମଧ୍ୟ ଥିଲେ। ଗତ ସପ୍ତାହରେ ରାଜୌରୀ ଏନକାଉଣ୍ଟର ଘଟଣାର ତଦନ୍ତରୁ ଏହା ଜଣାପଡ଼ିଛି ଯେ ପାକିସ୍ତାନର ବ୍ୟାଟ୍ ଟିମ୍ ରାଜୌରୀରେ ଆତଙ୍କବାଦୀଙ୍କୁ ଯୁଦ୍ଧାସ୍ତ୍ର ଦେଇଥିଲେ। ଏହି ଟିମ୍କୁ ପୁଞ୍ଚ, ରାଜୌରୀ, ମେଣ୍ଢର, କ୍ରୀଷ୍ଣା ଘାଟି ଏବଂ ବିମ୍ବର ଗଲିରେ ଦେଖିବାକୁ ମିଳିଛି। ପାକିସ୍ତାନ ବ୍ୟାଟ ଟିମ୍ ଆତଙ୍କବାଦୀଙ୍କୁ ଜମ୍ମୁ ସେକ୍ଟରକୁ ଅନୁପ୍ରବେଶ କରିବାପାଇଁ ସାହାଯ୍ୟ କରୁଛନ୍ତି। ଗୁଇନ୍ଦା ସୂଚନାନୁଯାୟୀ ବ୍ୟାଟ ଟିମ୍ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ର ୩ଟି ସ୍ଥାନରେ ସକ୍ରିୟ ରହିଛନ୍ତି। ପୀର କଲଞ୍ଜର, ଦୋତିଲଶଏବଂ କେଜି ଟପ୍ରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଛି। ବ୍ୟାଟ ଅପରେସନରେ ସମ୍ପୃକ୍ତ ଆତଙ୍କବାଦୀମାନେ ପାକିସ୍ତାନ ସେନାର ସୈନିକ ଏବଂ କମାଣ୍ଡୋ ପରି ତାଲିମ ନେଉଛନ୍ତି। ଏଲ୍ଓସିରେ ଆକ୍ରମଣ ପାଇଁ ସେମାନଙ୍କୁ ତାଲିମ ଦିଆଯାଉଛି।




