ପିଓକେରେ ଜନ୍ମିତ ବ୍ୟକ୍ତି ଓ ଭାରତୀୟ କାଗଜପତ୍ର ଥିବା ପରିବାରକୁ ଦେଶାନ୍ତର କରାଯିବା ମାମଲାକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ପାସପୋର୍ଟ, ଆଧାର କାର୍ଡ ଏବଂ ଭୋଟର ପରିଚୟପତ୍ର ରଖିବା ସତ୍ତ୍ୱେ ଦେଶାନ୍ତରର ସମ୍ମୁଖୀନ ହେଉଥିବା ଏକ ପରିବାରକୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଛଅ ଜଣ ପାକିସ୍ତାନୀ ନାଗରିକଙ୍କୁ ପାକିସ୍ତାନ ଫେରାଇବା ପଦକ୍ଷେପକୁ କୋର୍ଟ ସ୍ଥଗିତ ରଖିଛନ୍ତି ଏବଂ ଆବେଦନକାରୀଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସେମାନଙ୍କର ମାମଲା ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜନ୍ମିତ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଆବେଦନକାରୀ ଅହମ୍ମଦ […]

ପିଓକେରେ ଜନ୍ମିତ ବ୍ୟକ୍ତି ଓ ଭାରତୀୟ କାଗଜପତ୍ର ଥିବା ପରିବାରକୁ ଦେଶାନ୍ତର କରାଯିବା ମାମଲାକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ପାସପୋର୍ଟ, ଆଧାର କାର୍ଡ ଏବଂ ଭୋଟର ପରିଚୟପତ୍ର ରଖିବା ସତ୍ତ୍ୱେ ଦେଶାନ୍ତରର ସମ୍ମୁଖୀନ ହେଉଥିବା ଏକ ପରିବାରକୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଛଅ ଜଣ ପାକିସ୍ତାନୀ ନାଗରିକଙ୍କୁ ପାକିସ୍ତାନ ଫେରାଇବା ପଦକ୍ଷେପକୁ କୋର୍ଟ ସ୍ଥଗିତ ରଖିଛନ୍ତି ଏବଂ ଆବେଦନକାରୀଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସେମାନଙ୍କର ମାମଲା ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜନ୍ମିତ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଆବେଦନକାରୀ ଅହମ୍ମଦ ତାରିକ ବଟ୍ ଯୁକ୍ତି ଦେଇଥିଲେ ଯେ ତାଙ୍କ ପରିବାରକୁ ଭାରତୀୟ ନାଗରିକ ହେବା ସତ୍ତ୍ୱେ ଜୋରଜବରଦସ୍ତି ଅଟାରୀ ୱାଘା ସୀମାକୁ ନିଆଯାଇଥିଲା। ସେ କୋର୍ଟକୁ କହିଥିଲେ ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପାସପୋର୍ଟ ସମେତ ବୈଧ ଭାରତୀୟ କାଗଜପତ୍ର ଥିବା ସତ୍ତ୍ୱେ ସେମାନଙ୍କୁ ସୀମାରେ ଅଟକ ରଖାଯାଇଛି। ତାରିକ ବଟ୍ଟଙ୍କ ବାପା ପାକ୍ ଅଧିକୃତ କାଶ୍ମୀରର ମିରପୁରରୁ ଆସିଥିବାବେଳେ ତାଙ୍କ ମାଆ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ।
ଆବେଦନ ଅନୁଯାୟୀ, ତାରିକ ବଟ୍ ୧୯୯୭ ପର୍ଯ୍ୟନ୍ତ ପାକିସ୍ତାନ ଅଧିକୃତ କାଶ୍ମୀରର ମିରପୁରରେ ରହୁଥିଲେ ଏବଂ ସୀମା ପାର ହୋଇ ଶ୍ରୀନଗର ଚାଲିଯାଇଥିଲେ। ସେ କିଛି ବର୍ଷ ଧରି କାଶ୍ମୀର ଉପତ୍ୟକାରେ ରହୁଥିଲେ ଏବଂ ବର୍ତ୍ତମାନ ବେଙ୍ଗାଲୁରୁରେ ରହୁଛନ୍ତି। ତାରିକ୍ ପରେ ଆଇଆଇଏମ୍‌ କୋଝିକୋଡରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ବେଙ୍ଗାଲୁରୁର ଏକ ଆଇଟି ଫାର୍ମରେ କାର୍ଯ୍ୟ କରନ୍ତି। ବଟ୍ ତାଙ୍କ ଆବେଦନରେ କହିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଭାରତୀୟ ପାସପୋର୍ଟ ଏବଂ ଆଧାର କାର୍ଡ ଅଛି। ତାଙ୍କ ପରିବାରରେ ତାଙ୍କ ଭଉଣୀ ଆୟେଶା ତାରିକ ଏବଂ ଭାଇ ଅବୁବକର ତାରିକ ଏବଂ ଉମର ତାରିକ ବଟ୍ ସାମିଲ ଅଛନ୍ତି। ଆବେଦନ ଅନୁଯାୟୀ, ପରିବାର ମିରପୁରରେ ରହୁଥିଲେ, କିନ୍ତୁ ତାଙ୍କ ଜନ୍ମସ୍ଥାନ ପାସପୋର୍ଟରେ ଶ୍ରୀନଗର ଭାବରେ ତାଲିକାଭୁକ୍ତ।

Tags: