ପାଲେଷ୍ଟିନୀୟ ନାବାଳକ ଛୁରି ମାଡ଼ରେ ୨୦ ବର୍ଷୀୟା ଇସ୍ରାଏଲୀ ପୁଲିସ ଅଫିସରଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଜଣେ ପାଲେଷ୍ଟିନୀୟ ନାବାଳକଙ୍କ ଛୁରି ମାଡ଼ରେ ଇସ୍ରାଏଲର ଜଣେ ବର୍ଡର ପୁଲିସ ଅଫିସରଙ୍କ ମୃତ୍ୟୁ ହୋଇଛି। ଜେରୁଜେଲମରେ ଉକ୍ତ ମହିଳା ପୁଲିସ ଅଫିସରଙ୍କୁ ଛୁରି ଭୁଶି ହତ୍ୟା କରିଛି ଜଣେ ୧୬ ବର୍ଷୀୟ ପାଲେଷ୍ଟିନୀୟ ନାବାଳକ। ସେ ପୂର୍ବ ଜେରୁଜେଲମ୍ରେ ରହୁଥିଲା ଏବଂ ତାକୁ ପରେ ଗୁଳି କରି ହତ୍ୟା କରାଯାଇଛି। ଘଟଣାରେ ଅନ୍ୟ ଜଣେ ପୁଲିସ ଅଫିସର ମଧ୍ୟ ଆହତ ହୋଇଛନ୍ତି। ହତ୍ୟାର ଶିକାର ହୋଇଥିବା ପୁଲିସ ଅଫିସର ହେଉଛନ୍ତି ଜର୍ଜିଆର ଏସ୍ଜିଟି […]
ନୂଆଦିଲ୍ଲୀ : ଜଣେ ପାଲେଷ୍ଟିନୀୟ ନାବାଳକଙ୍କ ଛୁରି ମାଡ଼ରେ ଇସ୍ରାଏଲର ଜଣେ ବର୍ଡର ପୁଲିସ ଅଫିସରଙ୍କ ମୃତ୍ୟୁ ହୋଇଛି। ଜେରୁଜେଲମରେ ଉକ୍ତ ମହିଳା ପୁଲିସ ଅଫିସରଙ୍କୁ ଛୁରି ଭୁଶି ହତ୍ୟା କରିଛି ଜଣେ ୧୬ ବର୍ଷୀୟ ପାଲେଷ୍ଟିନୀୟ ନାବାଳକ। ସେ ପୂର୍ବ ଜେରୁଜେଲମ୍ରେ ରହୁଥିଲା ଏବଂ ତାକୁ ପରେ ଗୁଳି କରି ହତ୍ୟା କରାଯାଇଛି। ଘଟଣାରେ ଅନ୍ୟ ଜଣେ ପୁଲିସ ଅଫିସର ମଧ୍ୟ ଆହତ ହୋଇଛନ୍ତି। ହତ୍ୟାର ଶିକାର ହୋଇଥିବା ପୁଲିସ ଅଫିସର ହେଉଛନ୍ତି ଜର୍ଜିଆର ଏସ୍ଜିଟି ଏଲିଶେଭା ରୋଜ୍ ଇଡା ଲୁବିନ। ତାଙ୍କ ବୟସ ୨୦। ସେ ଜେରୁଜେଲମର ପୁରୁଣା ସହର ପାଟ୍ରୋଲିଂ ଦାୟିତ୍ବରେ ଥିବାବେଳେ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା। ସୋମବାର ଦିନ ଏହି ଘଟଣା ଘଟିଥିଲା। ପୁଲିସ ଅଫିସର ଜଣଙ୍କ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି।




