ପାଲେଷ୍ଟିନୀୟଙ୍କୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ପକ୍ଷରୁ ସୋମବାର ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ ଦିଆଯିବା ସହ ପାଲେଷ୍ଟିନୀୟଙ୍କ ଅଧିକାରକୁ ସମର୍ଥନ କରାଯାଇଛି। ତୁରନ୍ତ ଯୁଦ୍ଧ ବନ୍ଦ କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କଂଗ୍ରେସ ଏକ ବିବୃତି ଜାରି କରି ଆହ୍ବାନ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ଇସ୍ରାଏଲ ଉପରେ ପାଲେଷ୍ଟାଇନର ଇସଲାମପନ୍ଥୀ ହମାସ ଆତଙ୍କବାଦୀଙ୍କ ଆକ୍ରମଣକୁ କଂଗ୍ରେସ ନିନ୍ଦା କରିଥିବା ବେଳେ ଆଜି ସେମାନଙ୍କ ଅଧିକାରକୁ ସମର୍ଥନ କରୁଥିବା […]

Samaya Live Picture
Published On

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ପକ୍ଷରୁ ସୋମବାର ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ ଦିଆଯିବା ସହ ପାଲେଷ୍ଟିନୀୟଙ୍କ ଅଧିକାରକୁ ସମର୍ଥନ କରାଯାଇଛି। ତୁରନ୍ତ ଯୁଦ୍ଧ ବନ୍ଦ କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କଂଗ୍ରେସ ଏକ ବିବୃତି ଜାରି କରି ଆହ୍ବାନ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ଇସ୍ରାଏଲ ଉପରେ ପାଲେଷ୍ଟାଇନର ଇସଲାମପନ୍ଥୀ ହମାସ ଆତଙ୍କବାଦୀଙ୍କ ଆକ୍ରମଣକୁ କଂଗ୍ରେସ ନିନ୍ଦା କରିଥିବା ବେଳେ ଆଜି ସେମାନଙ୍କ ଅଧିକାରକୁ ସମର୍ଥନ କରୁଥିବା କହିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି- ସେମାନେ ଆଲୋଚନା ମାଧ୍ୟମରେ ପାଲେଷ୍ଟାଇନବାସୀଙ୍କର ଯଥାର୍ଥ ଅଧିକାର ପୂରଣ ହେଉ ବୋଲି ଚାହାନ୍ତି। ଏଥି ସହ ଇସ୍ରାଏଲର ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ସେମାନେ ସଚେତନ। ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହମାସ ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲ ପ୍ରତି ପୂର୍ଣ୍ଣ ସମର୍ଥନ ବ୍ୟକ୍ତ କରିଥିବା ବେଳେ ମୁଖ୍ୟ ବିରୋଧୀ ଦଳ ପାଲେଷ୍ଟାଇନର ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛି।

Tags: