ପାଲେଷ୍ଟାଇନ ଟିପ୍ପଣୀ ପାଇଁ ମନ୍ତ୍ରୀ ସୁଏଲ୍ଲାଙ୍କୁ ହଟାଇଲେ ସୁନକ
ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ତାଙ୍କ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲ୍ଲା ବ୍ରେଭରମ୍ୟାନ୍ଙ୍କୁ ବହିଷ୍କାର କରିଛନ୍ତି। ପାଲେଷ୍ଟାଇନ ପ୍ରସଙ୍ଗରେ ସୁଏଲ୍ଲାଙ୍କ ଟିପ୍ପଣୀକୁ ବିରୋଧ କରି ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ବ୍ରିଟେନର ସବୁଠାରୁ ବରିଷ୍ଠତମ ମନ୍ତ୍ରୀ ବ୍ରେଭରମ୍ୟାନ୍ ପାଲେଷ୍ଟାଇନ ସମର୍ଥିତ ଆନ୍ଦୋଳନକୁ ପୁଲିସ ଯେଭଳି ମୁକାବିଲା କରୁଛି ସେ ସଂକ୍ରାନ୍ତରେ ଏକ ଟିପ୍ପଣୀ ଦେଇଥିଲେ। ତାଙ୍କର ଟିପ୍ପଣୀକୁ ବିରୋଧ କରି ଗତ କିଛିଦିନ ଧରି ବିବାଦ ଲାଗି ରହିଥିଲା। ସେ ମଧ୍ୟ […]
ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ତାଙ୍କ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲ୍ଲା ବ୍ରେଭରମ୍ୟାନ୍ଙ୍କୁ ବହିଷ୍କାର କରିଛନ୍ତି। ପାଲେଷ୍ଟାଇନ ପ୍ରସଙ୍ଗରେ ସୁଏଲ୍ଲାଙ୍କ ଟିପ୍ପଣୀକୁ ବିରୋଧ କରି ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ବ୍ରିଟେନର ସବୁଠାରୁ ବରିଷ୍ଠତମ ମନ୍ତ୍ରୀ ବ୍ରେଭରମ୍ୟାନ୍ ପାଲେଷ୍ଟାଇନ ସମର୍ଥିତ ଆନ୍ଦୋଳନକୁ ପୁଲିସ ଯେଭଳି ମୁକାବିଲା କରୁଛି ସେ ସଂକ୍ରାନ୍ତରେ ଏକ ଟିପ୍ପଣୀ ଦେଇଥିଲେ। ତାଙ୍କର ଟିପ୍ପଣୀକୁ ବିରୋଧ କରି ଗତ କିଛିଦିନ ଧରି ବିବାଦ ଲାଗି ରହିଥିଲା। ସେ ମଧ୍ୟ ସୁନକଙ୍କ ବିନା ଅନୁମତିରେ ପାଲେଷ୍ଟାଇନ ସମର୍ଥିତ ଆନ୍ଦୋଳନର ପୁଲିସ ମୁକାବିଲାକୁ ସମାଲୋଚନା କରି ଏକ ସ୍ତମ୍ଭ ପ୍ରକାଶ ରକିଥିଲେ। ବିବାଦ ବଢ଼ିବାରୁ ସୁନକ ସୁଏଲ୍ଲାଙ୍କୁ ତାଙ୍କ ସରକାରରୁ ହଟାଇ ଦେଇଛନ୍ତି। ବହିଷ୍କୃତ ହେବାପରେ ସୁଏଲ୍ଲା ଏକ ବିବୃତି ଜାରି କରି କହିଛନ୍ତି, ବ୍ରିଟେନର ଗୃହ ସଚିବ ଭାବେ ଦାୟିତ୍ବ ତୁଲାଇବା ମୋ ଜୀବନର ସବୁଠୁ ବଡ଼ ସୁଯୋଗ ଏବଂ ସୌଭାଗ୍ୟ। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ଗାଜାରେ ଯୁଦ୍ଧବିରତି ଦାବିରେ ହୋଇଥିବା ଶୋଭାଯାତ୍ରାକୁ ସେ ଘୃଣା ଶୋଭାଯାତ୍ରା କହିଥିଲେ।




