ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସର ନୂଆ ମୁଖ୍ୟ ହେଲେ ୟାହା ସିନ୍ୱାର୍
ପାଲେଷ୍ଟାଇନ୍: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ୟାହା ସିନ୍ୱାର୍ଙ୍କୁ ନିଜ ସଂଗଠନର ରାଜନୈତିକ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ପୂର୍ବ ମୁଖ୍ୟ ଇସ୍ମାଇଲ୍ ହାନିୟେହଙ୍କୁ ଇରାନରେ ଅଜଣା ଆତତାୟୀ ହତ୍ୟା କରିବା ପରେ ଏହି ପଦ ଖାଲି ପଡ଼ିଥିଲା। ହତ୍ୟା ପଛରେ ଇସ୍ରାଏଲ୍ର ହାତ ରହିଛି ବୋଲି ଇରାନ୍ ନେତୃତ୍ବାଧୀନ ‘ପ୍ରତିରୋଧ ଅକ୍ଷ’(ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ) ଅଭିଯୋଗ କରିଛି। ଏହାକୁ ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନୀଭୂତ ହୋଇଛି। ସୂଚନାଯୋଗ୍ୟ, ନବ ନିଯୁକ୍ତ ହମାସ […]
ପାଲେଷ୍ଟାଇନ୍: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ୟାହା ସିନ୍ୱାର୍ଙ୍କୁ ନିଜ ସଂଗଠନର ରାଜନୈତିକ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ପୂର୍ବ ମୁଖ୍ୟ ଇସ୍ମାଇଲ୍ ହାନିୟେହଙ୍କୁ ଇରାନରେ ଅଜଣା ଆତତାୟୀ ହତ୍ୟା କରିବା ପରେ ଏହି ପଦ ଖାଲି ପଡ଼ିଥିଲା। ହତ୍ୟା ପଛରେ ଇସ୍ରାଏଲ୍ର ହାତ ରହିଛି ବୋଲି ଇରାନ୍ ନେତୃତ୍ବାଧୀନ ‘ପ୍ରତିରୋଧ ଅକ୍ଷ’(ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ) ଅଭିଯୋଗ କରିଛି। ଏହାକୁ ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନୀଭୂତ ହୋଇଛି। ସୂଚନାଯୋଗ୍ୟ, ନବ ନିଯୁକ୍ତ ହମାସ ମୁଖ୍ୟ ୟାହା, ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନେତୃତ୍ବ ନେଇଥିଲେ। ଏହି ଆକ୍ରମଣରେ ୧୧୯୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୧ଜଣ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିନେଇଥିଲେ। ୨୦୧୫ରେ ଆମେରିକା ୟାହାଙ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଜଣେ ବି ହମାସ ସଂଚାଳକ ବର୍ତ୍ତି ପାରିବେ ନାହିଁ ବୋଲି ଇସ୍ରାଏଲ ସେନା ଘୋଷଣା କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜଣକ ପରେ ଜଣେ ହମାସ ନେତାଙ୍କୁ ନିପାତ କରିଚାଲିଛି।




