ପାଲେଷ୍ଟାଇନକୁ ସମର୍ଥନ କଲେ ସାଉଦି କ୍ରାଉନ ପ୍ରିନ୍ସ ସଲମାନ

ରିୟାଧ: ଇସ୍ରାଏଲ-ହମାସ ଯୁଦ୍ଧ ତୀବ୍ର ହେବାରେ ଲାଗିଥିବାବେଳେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି। ସଲମାନ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ କଥା ହୋଇଛନ୍ତି। ସଲମାନ କହିଛନ୍ତି, ବିବାଦ ଆଗକୁ ନବଢ଼ାଇବା ଦିଗରେ ସେ କାମ କରୁଛନ୍ତି ଏବଂ ସେହିପରି ଗଲ୍ଫ ରାଷ୍ଟ୍ର ପାଲେସ୍ତିନୀୟ ନାଗରିକଙ୍କ ସହ ରହିଛି । ପାଲେସ୍ତିନୀୟ ନାଗରିକ ଏକ ଶୃଙ୍ଖଳିତ ଜୀବନ ପାଇଁ ସେମାନଙ୍କ ବୈଧ ଅଧିକାର ହାସଲ କରିବା ଏବଂ ସେମାନଙ୍କ ଆଶା […]

Samaya Live Picture
Published On

ରିୟାଧ: ଇସ୍ରାଏଲ-ହମାସ ଯୁଦ୍ଧ ତୀବ୍ର ହେବାରେ ଲାଗିଥିବାବେଳେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି। ସଲମାନ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ କଥା ହୋଇଛନ୍ତି। ସଲମାନ କହିଛନ୍ତି, ବିବାଦ ଆଗକୁ ନବଢ଼ାଇବା ଦିଗରେ ସେ କାମ କରୁଛନ୍ତି ଏବଂ ସେହିପରି ଗଲ୍ଫ ରାଷ୍ଟ୍ର ପାଲେସ୍ତିନୀୟ ନାଗରିକଙ୍କ ସହ ରହିଛି । ପାଲେସ୍ତିନୀୟ ନାଗରିକ ଏକ ଶୃଙ୍ଖଳିତ ଜୀବନ ପାଇଁ ସେମାନଙ୍କ ବୈଧ ଅଧିକାର ହାସଲ କରିବା ଏବଂ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ଆମର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସଲମାନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସଲମାନ ଗତମାସ‌ରେ କହିଥିଲେ, ପାଲେଷ୍ଟାଇନ ପ୍ରସଙ୍ଗ ସାଉଦି ଆରବ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଆମେ ଏହା ସମାଧାନ କରିବାର ଆବଶ୍ୟକତା ରହିଛି।

Tags: