ପାଲେଷ୍ଟାଇନକୁ ଦ୍ବିତୀୟ ବ୍ୟାଚ୍ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ : ଭାରତ ଆଜି ପାଲେଷ୍ଟାଇନକୁ ଦ୍ବିତୀୟ ବ୍ୟାଚ୍ ମାନବୀୟ ସହାୟତା ପଠାଇଛି। ଭାରତୀୟ ବାୟୁସେନାର ଦ୍ବିତୀୟ ବିମାନ ସି୧୭ରେ ଆଜି ୩୨ ଟନ୍ର ମାନବୀୟ ସହାତୟ ଇଜିପ୍ଟର ଏଲ ଅରିଶ ବିମାନବନ୍ଦରକୁ ପଠାଯାଇଛି। ଅକ୍ଟୋବର ୨୨ରେ ଭାରତ ପାଲେଷ୍ଟାଇନକୁ ପ୍ରଥମ ବ୍ୟାଚ୍ ମାନବୀୟ ସହାୟତା ପଠାଇଥିଲା। ଏଲ୍ ଅରିଶ ବିମାନବନ୍ଦର ଇଜିପ୍ଟର ରାଫା କ୍ରସିଂଠାରୁ ୪୫ କିମି ଦୂର। ଗାଜାରେ ମାନବୀୟ ସହାୟତା ପହଞ୍ଚାଇବାପାଇଁ ରାଫା ହେଉଛି ଏକମାତ୍ର ବାଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ-ହମାସ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତ ଆଜି ପାଲେଷ୍ଟାଇନକୁ ଦ୍ବିତୀୟ ବ୍ୟାଚ୍ ମାନବୀୟ ସହାୟତା ପଠାଇଛି। ଭାରତୀୟ ବାୟୁସେନାର ଦ୍ବିତୀୟ ବିମାନ ସି୧୭ରେ ଆଜି ୩୨ ଟନ୍ର ମାନବୀୟ ସହାତୟ ଇଜିପ୍ଟର ଏଲ ଅରିଶ ବିମାନବନ୍ଦରକୁ ପଠାଯାଇଛି। ଅକ୍ଟୋବର ୨୨ରେ ଭାରତ ପାଲେଷ୍ଟାଇନକୁ ପ୍ରଥମ ବ୍ୟାଚ୍ ମାନବୀୟ ସହାୟତା ପଠାଇଥିଲା। ଏଲ୍ ଅରିଶ ବିମାନବନ୍ଦର ଇଜିପ୍ଟର ରାଫା କ୍ରସିଂଠାରୁ ୪୫ କିମି ଦୂର। ଗାଜାରେ ମାନବୀୟ ସହାୟତା ପହଞ୍ଚାଇବାପାଇଁ ରାଫା ହେଉଛି ଏକମାତ୍ର ବାଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ-ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ କଡ଼ା ନିନ୍ଦା କରିବାପରେ ଭାରତ ଆଜି ପାଲେଷ୍ଟାଇନକୁ ଦ୍ବିତୀୟ ପର୍ଯ୍ୟାୟରେ ମାନବୀୟ ସହାୟତା ପଠାଇଛି। କଥାବାର୍ତ୍ତା ଏବଂ କୂଟନୈତିକ ଉପାୟରେ ମାମଲାର ସମାଧାନ ପାଇଁ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯୁଦ୍ଧ ସପ୍ତମ ସପ୍ତାହରେ ପହଞ୍ଚିଥିବାବେଳେ ଯୁଦ୍ଧଯୋଗୁଁ ଗାଜାରେ ୧୨୩୦୦ ଲୋକଙ୍କର ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ୫ ହଜାରରୁ ଅଧିକ ଶିଶୁ ଅଛନ୍ତି। ଅନ୍ୟପକ୍ଷେ ଯୁଦ୍ଧ ଯୋଗୁଁ ଇସ୍ରାଏଲରେ ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

Tags: