ପାର୍ବଣ ଋତୁ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶାବଳି, କାଉଡ଼ି ଯାତ୍ରା ରାସ୍ତାରେ ଖୋଲାରେ ମାଂସ ବିକ୍ରି ନିଷିଦ୍ଧ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାର ପାର୍ବଣ ଋତୁ ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଆଗକୁ ଶ୍ରାବଣ ମାସ। ଯେଉଁ ରାସ୍ତା ଦେଇ କାଉଡ଼ି ଯାତ୍ରୀମାନେ ଯିବେ ସେହି ରାସ୍ତାରେ ମାଂସ ବିକ୍ରି ବନ୍ଦ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକରେ ପୁଲିସ କମିସନର, ଡିଭିଜନାଲ କମିସନର, ଜିଲ୍ଲାପାଳ ଏବଂ ଏସ୍‌ପି ଉପସ୍ଥିତ ଥିଲେ। ଯୋଗୀ କହିଛନ୍ତି, ଚଳଚିତବର୍ଷ ଶ୍ରାବଣ ଦ୍ବିମାସ ପଡ଼ୁଛି। […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାର ପାର୍ବଣ ଋତୁ ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଆଗକୁ ଶ୍ରାବଣ ମାସ। ଯେଉଁ ରାସ୍ତା ଦେଇ କାଉଡ଼ି ଯାତ୍ରୀମାନେ ଯିବେ ସେହି ରାସ୍ତାରେ ମାଂସ ବିକ୍ରି ବନ୍ଦ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକରେ ପୁଲିସ କମିସନର, ଡିଭିଜନାଲ କମିସନର, ଜିଲ୍ଲାପାଳ ଏବଂ ଏସ୍‌ପି ଉପସ୍ଥିତ ଥିଲେ। ଯୋଗୀ କହିଛନ୍ତି, ଚଳଚିତବର୍ଷ ଶ୍ରାବଣ ଦ୍ବିମାସ ପଡ଼ୁଛି। ଏହି ସମୟରେ ଶ୍ରାବଣୀ, ଶିବରାତ୍ରୀ, ନାଗପଞ୍ଚମି ଏବଂ ରା‌କ୍ଷୀବନ୍ଧନ ଉତ୍ସବ ପାଳନ ‌ହେବ। ଜୁଲାଇ ୪ରେ ପବିତ୍ର ଶ୍ରାବଣ ମାସ ଆରମ୍ଭ ହେବ। ତେଣୁ ଲୋକମାନଙ୍କର ଧାର୍ମିକ ଭାବନାକୁ ସମ୍ମାନ ଦେଇ କାଉଡ଼ି ଯାତ୍ରା ରାସ୍ତାରେ ଖୋଲାରେ ମାଂସ ବିକ୍ରି ହେବନାହିଁ। କାଉଡ଼ି ଯାତ୍ରା ରାସ୍ତା ପୂର୍ବ ପରିସ୍କାର ରହିବ ଏବଂ ରାସ୍ତାସାରା ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବ। ରାସ୍ତା ସା‌ରା ସିସିଟିଭି କ୍ୟାମେରା ଲଗାଇବାପାଇଁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।

Tags: