ପାର୍ଟନରଙ୍କ ସହ ୧୦ ବର୍ଷର ସମ୍ପର୍କ କାଟିଲେ ଇଟାଲି ପ୍ରଧାନମନ୍ତ୍ରୀ

ରୋମ୍‌: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ତାଙ୍କ ପୁରୁଷବନ୍ଧୁଙ୍କ ଠାରୁ ଅଲଗା ହୋଇଛନ୍ତି। ତାଙ୍କ ପାର୍ଟନର ଜଣେ ଟେଲିଭିଜନ ସାମ୍ବାଦିକ ଏବଂ ତାଙ୍କ ନାମ ଆଣ୍ଡ୍ରି ଜିଆବ୍ରୁନୋ। ସେମାନଙ୍କ ମଧ୍ୟରେ ପ୍ରାୟ ୧୦ ବର୍ଷର ସଂପର୍କ ଥିଲା। ସେମାନଙ୍କର ଏକ ୭ ବର୍ଷର ଝିଅ ମଧ୍ୟ ଅଛି। କିନ୍ତୁ ୧୦ ବର୍ଷ ପରେ ମେଲୋନି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି। ପାର୍ଟନରଙ୍କ ସହିତ କଟାଇଥିବା ଭଲ ବର୍ଷଗୁଡ଼ିକ ପାଇଁ ସେ ତାଙ୍କୁ […]

Samaya Live Picture
Published On

ରୋମ୍‌: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ତାଙ୍କ ପୁରୁଷବନ୍ଧୁଙ୍କ ଠାରୁ ଅଲଗା ହୋଇଛନ୍ତି। ତାଙ୍କ ପାର୍ଟନର ଜଣେ ଟେଲିଭିଜନ ସାମ୍ବାଦିକ ଏବଂ ତାଙ୍କ ନାମ ଆଣ୍ଡ୍ରି ଜିଆବ୍ରୁନୋ। ସେମାନଙ୍କ ମଧ୍ୟରେ ପ୍ରାୟ ୧୦ ବର୍ଷର ସଂପର୍କ ଥିଲା। ସେମାନଙ୍କର ଏକ ୭ ବର୍ଷର ଝିଅ ମଧ୍ୟ ଅଛି। କିନ୍ତୁ ୧୦ ବର୍ଷ ପରେ ମେଲୋନି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି। ପାର୍ଟନରଙ୍କ ସହିତ କଟାଇଥିବା ଭଲ ବର୍ଷଗୁଡ଼ିକ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଆମର ରାସ୍ତା ବିଭାଜିତ ହୋଇଯାଇଛି ବୋଲି ଜର୍ଜିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଆଣ୍ଡ୍ରି ତାଙ୍କ ବୟାନ ଏବଂ କାର୍ଯ୍ୟକଳାପ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ।

Tags: