ପାତାଲକୋଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଷ୍ଟେସନ ନିକଟରେ ଆଜି ପାତାଲକୋଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସଫଳ ପଦକ୍ଷେପ ନିଆଯିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଟ୍ରେନ୍‌ର ୨ଟି ବଗିରେ ନିଆଁ ଲାଗି ଯାଇଛି। ଉକ୍ତ ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଏସଏନ ମେଡିକାଲ କଲେଜର ଏମର୍ଜେନ୍ସି ୱାର୍ଡରେ ଚିକିତ୍ସା କରାଯାଉଛି। ସାମାନ୍ୟ ଆହତ ହୋଇଥିବା ଅନ୍ୟ ୬ ଜଣ ଯାତ୍ରୀ […]

Samaya Live Picture
Published On

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଷ୍ଟେସନ ନିକଟରେ ଆଜି ପାତାଲକୋଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସଫଳ ପଦକ୍ଷେପ ନିଆଯିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଟ୍ରେନ୍‌ର ୨ଟି ବଗିରେ ନିଆଁ ଲାଗି ଯାଇଛି। ଉକ୍ତ ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଏସଏନ ମେଡିକାଲ କଲେଜର ଏମର୍ଜେନ୍ସି ୱାର୍ଡରେ ଚିକିତ୍ସା କରାଯାଉଛି। ସାମାନ୍ୟ ଆହତ ହୋଇଥିବା ଅନ୍ୟ ୬ ଜଣ ଯାତ୍ରୀ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଆଗ୍ରା-ଝାନ୍‌ସି ସେକ୍ସନ୍‌ରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Tags: