ପାଟନା ୟୁନିଭର୍ସିଟି କାର୍ଯ୍ୟକ୍ରମରେ ତଳେ ପଡ଼ିଗଲେ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପାଟନା ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଫଳରେ ନୀତୀଶଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ନୀତୀଶ ସୁସ୍ଥ ଅଛନ୍ତି କି ନା’ ସେନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିର କାର୍ଯ୍ୟକ୍ରମରେ ପ୍ରାୟତଃ ତଳେ ପଡ଼ି ଯାଇଥିଲେ। ତାଙ୍କ […]

Samaya Live Picture
Published On

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପାଟନା ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଇଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଫଳରେ ନୀତୀଶଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ନୀତୀଶ ସୁସ୍ଥ ଅଛନ୍ତି କି ନା’ ସେନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିର କାର୍ଯ୍ୟକ୍ରମରେ ପ୍ରାୟତଃ ତଳେ ପଡ଼ି ଯାଇଥିଲେ। ତାଙ୍କ ସହ ଥିବା ସୁରକ୍ଷାକର୍ମୀ ତାଙ୍କୁ ସିଧା ଠିଆ କରିବାରେ ସାହାଯ୍ୟ କରିଥିଲେ। ଏହାପରେ ସେ ସ୍ବାଭାବିକ ଭାବେ କାର୍ଯ୍ୟ ଶେଷ କରିଥିଲେ। ତାଙ୍କ ଶରୀରରେ କୌଣସି ଆଘାତ ଲାଗିନାହିଁ। କିନ୍ତୁ ସେ କେଉଁ କାରଣ ପାଇଁ ତଳେ ପଡ଼ିଗଲେ ତାହା ଜଣାପଡ଼ିନି। ପାଟନା ୟୁନିଭର୍ସିଟି କାର୍ଯ୍ୟକ୍ରମରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଏବଂ ବିଶ୍ବବିଦ୍ୟାଳୟ ଭିସି ପ୍ରଫେସର ଗିରିଶ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

Tags: