ପାଟନା ହସ୍ପିଟାଲ ହତ୍ୟାକାଣ୍ଡ ଘଟଣା: ପୁଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଆହତ
ପାଟନା: ପାଟନାରେ ଏକ ଘରୋଇ ହସ୍ପିଟାଲରେ ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ର ହତ୍ୟା ମାମଲାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତ ପୁଲିସ ଏନ୍କାଉଣ୍ଟରରେ ଆହତ ହୋଇଛନ୍ତି। ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ଏବଂ ଗିରଫ କରିବାପାଇଁ ଭୋଜପୁର ପୁଲିସ ଓ ବିହାର ସ୍ପେସାଲ ଟାସ୍କ ଫୋର୍ସ ଦ୍ବାରା ପରିଚାଳନା କରାଯାଇଥିବା ଅପରେସନ୍ ସମୟରେ ଏନକାଉଣ୍ଟର ହୋଇଥିଲା। ପୁଲିସ କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସମୟରେ ସେମାନଙ୍କ ଉପରକୁ ଅପରାଧୀ ଗୁଳି ଚଳାଇଥିଲେ। ଏହାପରେ ପୁଲିସ ୨ ଅଭିଯୁକ୍ତ […]
ପାଟନା: ପାଟନାରେ ଏକ ଘରୋଇ ହସ୍ପିଟାଲରେ ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ର ହତ୍ୟା ମାମଲାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତ ପୁଲିସ ଏନ୍କାଉଣ୍ଟରରେ ଆହତ ହୋଇଛନ୍ତି। ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ଏବଂ ଗିରଫ କରିବାପାଇଁ ଭୋଜପୁର ପୁଲିସ ଓ ବିହାର ସ୍ପେସାଲ ଟାସ୍କ ଫୋର୍ସ ଦ୍ବାରା ପରିଚାଳନା କରାଯାଇଥିବା ଅପରେସନ୍ ସମୟରେ ଏନକାଉଣ୍ଟର ହୋଇଥିଲା। ପୁଲିସ କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସମୟରେ ସେମାନଙ୍କ ଉପରକୁ ଅପରାଧୀ ଗୁଳି ଚଳାଇଥିଲେ। ଏହାପରେ ପୁଲିସ ୨ ଅଭିଯୁକ୍ତ ବଲୱନ୍ତ କୁମାର ସିଂହ ଏବଂ ରବି ରଂଜନ କୁମାର ସିଂହକୁ କାବୁ କରିବାକୁ ସେମାନଙ୍କ ଗୋଡ଼କୁ ଗୁଳି କରିଥିଲା। ସେମାନଙ୍କୁ ଗିରଫ କରାଯାଇ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୁଲିସ ସେମାନଙ୍କଠାରୁ ୨ଟି ପିସ୍ତଲ, ୨ଟି ମାଗାଜିନ୍ ଏବଂ ୪ଟି କାଟ୍ରିଜ୍ ଜବତ କରିଛି। ଉଲ୍ଲେଖଯୋଗ୍ୟ, ଜୁଲାଇ ୧୭ ତାରିଖରେ ୫ ଜଣ ବ୍ୟକ୍ତି ପାଟନାର ପାରସ ହସ୍ପିଟାଲରେ ପଶି ହସ୍ପିଟାଲ୍ ଆଇସିୟୁ ବେଡ୍ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଗ୍ୟାଙ୍ଗଷ୍ଟର ଚନ୍ଦ୍ରନ ମିଶ୍ରକୁ ଗୁଳିକରି ହତ୍ୟା କରିଥିଲେ।




