ପାଟନା କୋର୍ଟ ପରିସରରେ ହତ୍ୟା ଅଭିଯୁକ୍ତକୁ ଗୁଳି କରି ହତ୍ୟାା
ପାଟନା :ପାଟନାରେ ଆଜି ଜଣେ ବିଚାରାଧୀନ କଏଦୀକୁ କୋର୍ଟ ପରିସରରେ ଗୁଳି କରି ହତ୍ୟା କରାଯାଇଛି। ଅଭିଶେକ କୁମାର ଓରଫ୍ ଛୋଟେ ସରକାର ହେଉଛି ସିକନ୍ଦରପୁର ବାସିନ୍ଦା। ତା’ ବିରୋଧରେ ହତ୍ୟା ସମେତ ଅନ୍ୟାନ୍ୟ ମାମଲା ରହିଛି। ସେ ସହରର ବେଉର ଜେଲ୍ରେ ବନ୍ଦୀ ଥିଲା। ତାକୁ ଆଜି କୋର୍ଟରେ ହାଜର କରାଯାଇଥାନ୍ତା। ତାକୁ ଦନାପୁର କୋର୍ଟକୁ ନେଉଥିବାବେଳେ କୋର୍ଟ ପରିସରରେ ହିଁ ୨ ଜଣ ବ୍ୟକ୍ତି ତାକୁ ଗୁଳି କରି ହତ୍ୟା କରିଛନ୍ତି। ୨ ଜଣ […]
ପାଟନା :ପାଟନାରେ ଆଜି ଜଣେ ବିଚାରାଧୀନ କଏଦୀକୁ କୋର୍ଟ ପରିସରରେ ଗୁଳି କରି ହତ୍ୟା କରାଯାଇଛି। ଅଭିଶେକ କୁମାର ଓରଫ୍ ଛୋଟେ ସରକାର ହେଉଛି ସିକନ୍ଦରପୁର ବାସିନ୍ଦା। ତା’ ବିରୋଧରେ ହତ୍ୟା ସମେତ ଅନ୍ୟାନ୍ୟ ମାମଲା ରହିଛି। ସେ ସହରର ବେଉର ଜେଲ୍ରେ ବନ୍ଦୀ ଥିଲା। ତାକୁ ଆଜି କୋର୍ଟରେ ହାଜର କରାଯାଇଥାନ୍ତା। ତାକୁ ଦନାପୁର କୋର୍ଟକୁ ନେଉଥିବାବେଳେ କୋର୍ଟ ପରିସରରେ ହିଁ ୨ ଜଣ ବ୍ୟକ୍ତି ତାକୁ ଗୁଳି କରି ହତ୍ୟା କରିଛନ୍ତି। ୨ ଜଣ ଆକ୍ରମଣକାରୀକୁ ପୁଲିସ ଗିରଫ କରି ହାଜତକୁ ନେଇଛି। ଖୁବ୍ଶୀଘ୍ର ସେମାନଙ୍କୁ ଜେରା କରାଯିବ ଏବଂ ଏହାପରେ ହତ୍ୟା ପଛର କାରଣ କ’ଣ ଜଣାପଡ଼ିବ। ଘଟଣାସ୍ଥଳରୁ ୪ଟି ବୁଲେଟ୍ ଜବତ ହୋଇଛି। କୋର୍ଟ ପରିସରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଆକ୍ରମଣକାରୀମାନେ ମୁଜାଫରପୁରର।




