ପାଟନାରେ ବିରୋଧୀ ନେତାଙ୍କ ବୈଠକ

ପାଟନା : ପାଟନାରେ ଆଜି ବହୁ ପ୍ରତିକ୍ଷୀତ ବିରୋଧୀ ଦଳ ନେତାଙ୍କ ବୈଠକ ହେବ। ବିରୋଧୀ ଦଳ ନେତାମାନେ ବୈଠକ ପାଇଁ ପାଟନାରେ ପହଞ୍ଚି ସାରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲିଠାରୁ ପାଟନାରେ ପହଞ୍ଚିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ଏବଂ ସପା ସୁପ୍ରିମୋ ଅଖିଳେଶ ଯାଦବ ଓ ଅନ୍ୟମାନେ ଆଜି ପାଟନାରେ ପହଞ୍ଚିଛନ୍ତି। ରାହୁଲଙ୍କୁ ଆଜି ନୀତୀଶ ସ୍ବାଗତ କରିଛନ୍ତି। ରାହୁଲ ବିରୋଧୀ ବୈଠକ ପୂର୍ବରୁ ଆଜି ପାଟନାରେ […]

Samaya Live Picture
Published On

ପାଟନା : ପାଟନାରେ ଆଜି ବହୁ ପ୍ରତିକ୍ଷୀତ ବିରୋଧୀ ଦଳ ନେତାଙ୍କ ବୈଠକ ହେବ। ବିରୋଧୀ ଦଳ ନେତାମାନେ ବୈଠକ ପାଇଁ ପାଟନାରେ ପହଞ୍ଚି ସାରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲିଠାରୁ ପାଟନାରେ ପହଞ୍ଚିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ଏବଂ ସପା ସୁପ୍ରିମୋ ଅଖିଳେଶ ଯାଦବ ଓ ଅନ୍ୟମାନେ ଆଜି ପାଟନାରେ ପହଞ୍ଚିଛନ୍ତି। ରାହୁଲଙ୍କୁ ଆଜି ନୀତୀଶ ସ୍ବାଗତ କରିଛନ୍ତି। ରାହୁଲ ବିରୋଧୀ ବୈଠକ ପୂର୍ବରୁ ଆଜି ପାଟନାରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ରାହୁଲ କହିଛନ୍ତି, ଏହା ବିଚାରଧାରା ଯୁଦ୍ଧ। ବିଜେପି ଦେଶକୁ ବିଭାଜନ କରିବାକୁ ଚାହେ କିନ୍ତୁ କଂଗ୍ରେସ ଦେଶକୁ ଏକତ୍ରିତ କରିବାକୁ ଚାହେ। ଉଲ୍ଲେଖଯୋଗ୍ୟ ଯେ ଆଜିର ବୈଠକରେ କଂଗ୍ରେସ , ଟିଏମ୍‌ସି, ଆପ୍‌, ଏନ୍‌ସିପି, ଶିବସେନା (ୟୁବିଟି), ଡିଏମ୍‌କେ, ଜେଏମଏମ, ଏସ୍‌ପି, ଏନ୍‌ସି, ପିଡିପି, ସିପିଆଇ, ସିପିଏମ୍‌, ଜେଡିୟୁ, ଆରଜେଡି ପ୍ରମୁଖ ଦଳ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ ବାସଭବନରେ ଆଜିର ବିରୋଧୀ ବୈଠକ ହେଉଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଅଣ ବିଜେପି ମେଣ୍ଟ ଗଠନ ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଅନ୍ତର୍ଗତ ଆଜି ଏହି ବୈଠକ ହେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି।

Tags: