ପାଟନାରେ ନୀତୀଶ ଦ୍ବିତୀୟ ଗାନ୍ଧୀ ପୋଷ୍ଟର, କଡ଼ା ସମାଲୋଚନା କଲା ବିଜେପି
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ପାଟନାରେ ଏକ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ନୀତୀଶ କୁମାରଙ୍କୁ ଦ୍ବିତୀୟ ଗାନ୍ଧୀ ଦର୍ଶାଯାଇଛି। ନୀତୀଶଙ୍କ ଦଳ ଜେଡି(ୟୁ) ପକ୍ଷରୁ ଉକ୍ତ ପୋଷ୍ଟର ଲଗାଯାଇଛି। ସମାନତାର ଶିକ୍ଷା ନୀତୀଶ ପ୍ରଦାନ କରୁଥିବାରୁ ତାଙ୍କୁ ପୋଷ୍ଟରରେ ପ୍ରଶଂସା କରାଯାଇଛି। ଜେଡି(ୟୁ) ନେତା କହିଛନ୍ତି, ସାମାଜିକ ସଂସ୍କାର ଆଣିବାରେ ବିହାର ମୁଖ୍ୟମନ୍ତ୍ରୀ ବଡ଼ ଉଦ୍ୟମ କରିଛନ୍ତି। ନୀତୀଶ ମହାତ୍ମା ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ବୋଲି ଏହି ପୋଷ୍ଟରରେ କୁହାଯାଇଛି। ତେବେ ନୀତୀଶଙ୍କୁ […]
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ପାଟନାରେ ଏକ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ନୀତୀଶ କୁମାରଙ୍କୁ ଦ୍ବିତୀୟ ଗାନ୍ଧୀ ଦର୍ଶାଯାଇଛି। ନୀତୀଶଙ୍କ ଦଳ ଜେଡି(ୟୁ) ପକ୍ଷରୁ ଉକ୍ତ ପୋଷ୍ଟର ଲଗାଯାଇଛି। ସମାନତାର ଶିକ୍ଷା ନୀତୀଶ ପ୍ରଦାନ କରୁଥିବାରୁ ତାଙ୍କୁ ପୋଷ୍ଟରରେ ପ୍ରଶଂସା କରାଯାଇଛି। ଜେଡି(ୟୁ) ନେତା କହିଛନ୍ତି, ସାମାଜିକ ସଂସ୍କାର ଆଣିବାରେ ବିହାର ମୁଖ୍ୟମନ୍ତ୍ରୀ ବଡ଼ ଉଦ୍ୟମ କରିଛନ୍ତି। ନୀତୀଶ ମହାତ୍ମା ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ବୋଲି ଏହି ପୋଷ୍ଟରରେ କୁହାଯାଇଛି। ତେବେ ନୀତୀଶଙ୍କୁ ଦ୍ବିତୀୟ ଗାନ୍ଧୀ ଦର୍ଶାଇ ଲଗାଯାଇଥିବା ପୋଷ୍ଟର ଉପରେ ଅନ୍ୟ ଦଳଗୁଡ଼ିକ ପ୍ରତିକ୍ରିୟା ରଖିଛନ୍ତି। ବିହାର ସରକାରର ସହଯୋଗୀ ଦଳ ତଥା ଆର୍ଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି, ନୀତୀଶଙ୍କ ପ୍ରଶଂସକମାନେ ଉକ୍ତ ପୋଷ୍ଟର ଲଗାଇଛନ୍ତି। କିନ୍ତୁ ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରାଯିବା ଉଚିତ ନୁହେଁ। ରାମ ମନୋହର ଲୋହିଆଙ୍କ ମନ୍ତବ୍ୟକୁ ଉଦ୍ଧାର କରି ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ଭଳି ନେତା ହଜାରେ ବର୍ଷରେ ଥରେ ଜନ୍ମ ନିଅନ୍ତି। ତେବେ ରାଜ୍ୟ ବିଜେପି ପ୍ରବକ୍ତା କୁନ୍ତର କ୍ରିଷ୍ଣା ନୀତୀଶଙ୍କୁ ମହାତ୍ମା ଗାନ୍ଧୀ ସହ ତୁଳନାକୁ ସମାଲୋଚନା କରିଛନ୍ତି। ଦେଶର ରାଜନୀତିରେ ନୀତୀଶ ସବୁଠୁ ସୁବିଧାବାଦୀ ନେତା ବୋଲି ସେ କହିଛନ୍ତି।




