ପାକ୍‌ ସେନା ପୋଷ୍ଟ୍‌ ଉଡ଼ାଇଦେଲେ ଆତଙ୍କବାଜୀ ;୧୨ ଯବାନ, ୬ ଆତଙ୍କବାଦୀ ମୃତ

ଇସଲାମାବାଦ: ପାକିସ୍ତାନର ଉତ୍ତର-ପଶ୍ଚିମ ଖୈବର ପଖତୁନଖ୍ୱା ପ୍ରଦେଶରେ ଏକ ମିଳିତ ଚେକ୍ ପୋଷ୍ଟ ଉପରେ ଆତ୍ମଘାତୀ ଆତଙ୍କବାଦୀମାନେ ଏକ ବିସ୍ଫୋରକ ବୋଝେଇ ଗାଡ଼ି ଚଢ଼ାଇ ଦେବାରୁ ୧୨ ଜଣ ସୁରକ୍ଷା କର୍ମୀ ଓ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ବାନୁ ଜିଲ୍ଲାର ମାଲିଖେଲରେ ଥିବା ମିଳିତ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୈନିକମାନେ ଭିତରକୁ ପ୍ରବେଶ କରାଇ ଦେଇ ନ ଥିଲେ। ତା’ପରେ ଆତଙ୍କବାଦୀମାନେ ଚେକ୍ ପୋଷ୍ଟ ସହ […]

Samaya Live Picture
Published On

ଇସଲାମାବାଦ: ପାକିସ୍ତାନର ଉତ୍ତର-ପଶ୍ଚିମ ଖୈବର ପଖତୁନଖ୍ୱା ପ୍ରଦେଶରେ ଏକ ମିଳିତ ଚେକ୍ ପୋଷ୍ଟ ଉପରେ ଆତ୍ମଘାତୀ ଆତଙ୍କବାଦୀମାନେ ଏକ ବିସ୍ଫୋରକ ବୋଝେଇ ଗାଡ଼ି ଚଢ଼ାଇ ଦେବାରୁ ୧୨ ଜଣ ସୁରକ୍ଷା କର୍ମୀ ଓ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ବାନୁ ଜିଲ୍ଲାର ମାଲିଖେଲରେ ଥିବା ମିଳିତ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୈନିକମାନେ ଭିତରକୁ ପ୍ରବେଶ କରାଇ ଦେଇ ନ ଥିଲେ। ତା’ପରେ ଆତଙ୍କବାଦୀମାନେ ଚେକ୍ ପୋଷ୍ଟ ସହ ବିସ୍ଫୋରକ ବୋଝେଇ ଗାଡ଼ିକୁ ଧକ୍କା ଦେଇଥିଲେ। ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ପାଚେରିର ଏକ ଅଂଶ ଭୁଶୁଡ଼ି ପଡ଼ିବା ସହ ଆଖପାଖ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ସୁରକ୍ଷା ବାହିନୀର ୧୦ ଜଣ ସୈନିକ ଓ ଫ୍ରଣ୍ଟିୟର କନଷ୍ଟେବୁଲାରୀର ଦୁଇ ଜଣ ଯବାନଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ୬ ଜଣ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପରେ ସାନିଟାଇଜେସନ୍ ଅପରେସନ୍ କରାଯିବା ସହ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।

Tags: