ପାକ୍ ବାୟୁସୀମାରେ ୪୬ ମିନିଟ୍ ଧରି ଉଡ଼ିଥିଲା ମୋଦୀଙ୍କ ବିମାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଫ୍ରାନ୍ସ ଗସ୍ତରେ ବାହାରିଥିଲେ। ତେବେ ମୋଦୀଙ୍କ ବିମାନ ଦିଲ୍ଲୀରୁ ପ୍ୟାରିସ୍କୁ ଉଡ଼ାଣ ସମୟରେ ପାକିସ୍ତାନ ବାୟୁସୀମାରେ ୪୬ ମିନିଟ୍ ଧରି ଉଡ଼ିଥିଲା। ମୋଦୀଙ୍କ ବିମାନ ଲାହୋର ନିକଟରେ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିଥିଲା ଏବଂ ଏହା ୩୪ହଜାର ଫୁଟ୍ ଉଚ୍ଚତାରେ ଉଡ଼ାଣ କରିବା ସମୟରେ ପାକିସ୍ତାନର ବିଭିନ୍ନ ସହର ତଥା ଶେଖୁପୁରା, ହାଫିଜାବାଦ, ଚକୱାଲ ଏବଂ କୋହାତ ଅତିକ୍ରମ କରିଥିଲା। ପାଖାପାଖି ୪୬ ମିନିଟ୍ ପର୍ଯ୍ୟନ୍ତ ମୋଦୀଙ୍କ ବିମାନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଫ୍ରାନ୍ସ ଗସ୍ତରେ ବାହାରିଥିଲେ। ତେବେ ମୋଦୀଙ୍କ ବିମାନ ଦିଲ୍ଲୀରୁ ପ୍ୟାରିସ୍କୁ ଉଡ଼ାଣ ସମୟରେ ପାକିସ୍ତାନ ବାୟୁସୀମାରେ ୪୬ ମିନିଟ୍ ଧରି ଉଡ଼ିଥିଲା। ମୋଦୀଙ୍କ ବିମାନ ଲାହୋର ନିକଟରେ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିଥିଲା ଏବଂ ଏହା ୩୪ହଜାର ଫୁଟ୍ ଉଚ୍ଚତାରେ ଉଡ଼ାଣ କରିବା ସମୟରେ ପାକିସ୍ତାନର ବିଭିନ୍ନ ସହର ତଥା ଶେଖୁପୁରା, ହାଫିଜାବାଦ, ଚକୱାଲ ଏବଂ କୋହାତ ଅତିକ୍ରମ କରିଥିଲା। ପାଖାପାଖି ୪୬ ମିନିଟ୍ ପର୍ଯ୍ୟନ୍ତ ମୋଦୀଙ୍କ ବିମାନ ପାକିସ୍ତାନ ବାୟୁସୀମାରେ ଥିବା ଜଣାପଡ଼ିଛି। ଏୟାର ଟ୍ରାଫିକ୍ ପାଇଁ ଆଫଗାନ୍ ବାୟୁସୀମା ବନ୍ଦ ଥିବାରୁ ମୋଦୀଙ୍କ ବିମାନ ପାକିସ୍ତାନ ଦେଇ ଉଡ଼ିଥିଲା। ଉଲ୍ଳେଖଯୋଗ୍ୟ, ମୋଦୀ ପୂର୍ବରୁ ମଧ୍ୟ ସରକାରୀ କାର୍ଯ୍ୟ ପାଇଁ ଅନ୍ୟ ରାଷ୍ଟ୍ରକୁ ଗସ୍ତ କରିବା ସମୟରେ ପାକିସ୍ତାନର ବାୟୁସୀମା ବ୍ୟବହାର କରିଥିଲେ। ଗତବର୍ଷ ଅଗଷ୍ଟରେ ମୋଦୀ ପୋଲାଣ୍ଡରୁ ଦିଲ୍ଲୀକୁ ଉଡ଼ାଣ କରିବା ସମୟରେ ପାକିସ୍ତାନୀ ବାୟୁସୀମା ବ୍ୟବହାର ହୋଇଥିଲା।




