ପାକ୍ ଜେଲ୍ରେ ୨୬/୧୧ ଆକ୍ରମଣରେ ସାମିଲ ଆତଙ୍କବାଦୀର ମୃତ୍ୟୁ
ନୂଆଦିଲ୍ଲୀ: ଏଲ୍ଇଟି (ଲସ୍କର ଏ ତୋଏବା)ର ଶୀର୍ଷ ନେତା ଅବଦୁଲ ସଲାମ ଭୁଟ୍ଟଭି ୨୦୦୮ ମୁମ୍ବାଇ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା। ଏହି ଶୀର୍ଷ ଆତଙ୍କବାଦୀର ପାକିସ୍ତାନ ଜେଲ୍ରେ ମୃତ୍ୟୁ ହୋଇଯାଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଅବଦୁଲ ସଲାମ ସଜା କାଟୁଥିଲା। ଅବଦୁଲ ସଲାମକୁ ୨୦୧୨ରେ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ୨୦୨୦ରେ ତାକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଥିଲା। ଅବଦୁଲ ସଲାମ ମଧ୍ୟ ଏଲ୍ଇଟିର କାର୍ଯ୍ୟକାରୀ ମୁଖ୍ୟ […]
ନୂଆଦିଲ୍ଲୀ: ଏଲ୍ଇଟି (ଲସ୍କର ଏ ତୋଏବା)ର ଶୀର୍ଷ ନେତା ଅବଦୁଲ ସଲାମ ଭୁଟ୍ଟଭି ୨୦୦୮ ମୁମ୍ବାଇ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା। ଏହି ଶୀର୍ଷ ଆତଙ୍କବାଦୀର ପାକିସ୍ତାନ ଜେଲ୍ରେ ମୃତ୍ୟୁ ହୋଇଯାଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଅବଦୁଲ ସଲାମ ସଜା କାଟୁଥିଲା। ଅବଦୁଲ ସଲାମକୁ ୨୦୧୨ରେ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ୨୦୨୦ରେ ତାକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଥିଲା। ଅବଦୁଲ ସଲାମ ମଧ୍ୟ ଏଲ୍ଇଟିର କାର୍ଯ୍ୟକାରୀ ମୁଖ୍ୟ ଥିଲା। ଏଲ୍ଇଟି ମୁଖ୍ୟ ହାଫିଜ ସୟିଦ ଜେଲ୍ରେ ଥିବାବେଳେ ସେ ଏଲ୍ଇଟିର କାର୍ଯ୍ୟକାରୀ ମୁଖ୍ୟ ଥିଲା। ପାକିସ୍ତାନର ପଂଜାବ ପ୍ରଦେଶ ସ୍ଥିତ ଶେଖୁପୁରା ଜେଲ୍ରେ ସୋମବାର ଅପରାହ୍ନରେ ଭୁଟ୍ଟଭିର ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି। ଭାରତୀୟ ଗୁଇନ୍ଦା ଅଧିକାରୀମାନେ ମଧ୍ୟ ଅବଦୁଲ ସଲାମର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି।




