ପାକ୍‌ ଗୋଳାମାଡ଼ରେ ଆହତ ଲୋକଙ୍କୁ ହସ୍ପିଟାଲ୍‌ରେ ଭେଟିଲେ ଓମାର୍‌

ନୂଆଦିଲ୍ଲୀ: ଭାରତର ‘ଅପରେସନ୍‌ ସିନ୍ଦୂର’ର ଜବାବ ଦେଇ ପାକିସ୍ତାନ ଜମ୍ମୁ କାଶ୍ମୀର ଏଲ୍‌ଓସି ନିକଟରେ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଲଗାତାର ଗୁଳିଗୋଳା ବର୍ଷା କରୁଛି। ପାକିସ୍ତାନର ଗୋଳାମାଡ଼ରେ ଜମ୍ମୁ କାଶ୍ମୀରରେ ୧୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଜଣେ ଯବାନ ସହିଦ ହୋଇଛନ୍ତି। ପାକ୍‌ ଗୋଳାମାଡ଼ରେ ଅନେକ ଲୋକ ମଧ୍ୟ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆଜି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆହତମାନଙ୍କୁ ଜମ୍ମୁ ସରକାରୀ ହସ୍ପିଟାଲ୍‌ରେ ଭେଟିଛନ୍ତି। ଅନ୍ୟପକ୍ଷେ […]

ପାକ୍‌ ଗୋଳାମାଡ଼ରେ ଆହତ ଲୋକଙ୍କୁ ହସ୍ପିଟାଲ୍‌ରେ ଭେଟିଲେ ଓମାର୍‌
Samaya Live Picture
Published On

ନୂଆଦିଲ୍ଲୀ: ଭାରତର ‘ଅପରେସନ୍‌ ସିନ୍ଦୂର’ର ଜବାବ ଦେଇ ପାକିସ୍ତାନ ଜମ୍ମୁ କାଶ୍ମୀର ଏଲ୍‌ଓସି ନିକଟରେ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଲଗାତାର ଗୁଳିଗୋଳା ବର୍ଷା କରୁଛି। ପାକିସ୍ତାନର ଗୋଳାମାଡ଼ରେ ଜମ୍ମୁ କାଶ୍ମୀରରେ ୧୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଜଣେ ଯବାନ ସହିଦ ହୋଇଛନ୍ତି। ପାକ୍‌ ଗୋଳାମାଡ଼ରେ ଅନେକ ଲୋକ ମଧ୍ୟ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆଜି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆହତମାନଙ୍କୁ ଜମ୍ମୁ ସରକାରୀ ହସ୍ପିଟାଲ୍‌ରେ ଭେଟିଛନ୍ତି। ଅନ୍ୟପକ୍ଷେ ଜମ୍ମୁ ଉପରାଜ୍ୟପାଳ ମନୋଜ ସିହ୍ନା ଉରି ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ପାକିସ୍ତାନ ସେନା ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ସାମରିକ ପ୍ରତିଷ୍ଠାନ ଗୁଡ଼ିକୁ ଆକ୍ରମଣ ଉଦ୍ୟମ କରିବାପରେ ଭାରତ ଏହାକୁ ପଣ୍ଡ କରିବା ସହ ଅନେକ ସହରରେ ସୁରକ୍ଷା କଡ଼ାକଡ଼ି କରିଛି।

Tags: