ପାକ୍‌ ଆଇଏସ୍‌ଆଇ ପାଇଁ କାମ କରୁଥିଲେ ସୀମା ହାଇଦର !

ଲକ୍ଷ୍ନୌ: ପାକିସ୍ତାନୀ ନାଗରିକ ସୀମା ଗୁଲାମ ହାଇଦରଙ୍କ ସୀମାପାର ପ୍ରେମ-କାହାଣୀକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। କାରଣ ସୀମାଙ୍କ ଭାଇ ଓ କାକା ପାକିସ୍ତାନ ସେନାରେ ଅଛନ୍ତି। ନିଜର ଚାରି ପିଲା ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ସୀମାଙ୍କୁ ନେଇ ସବୁଠି ଚର୍ଚ୍ଚା। ମଙ୍ଗଳବାର ଉତ୍ତରପ୍ରଦେଶ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) କ୍ରମାଗତ ଦ୍ବିତୀୟ ଦିନ ପାଇଁ ସୀମାଙ୍କୁ ଜେରା କରିଥିଲା। କିନ୍ତୁ ସେ ଲୁଚିଛପି ଭାରତ ଆସିବା ପଛରେ ଅସଲ ଉଦ୍ଦେଶ୍ୟ […]

Samaya Live Picture
Published On

ଲକ୍ଷ୍ନୌ: ପାକିସ୍ତାନୀ ନାଗରିକ ସୀମା ଗୁଲାମ ହାଇଦରଙ୍କ ସୀମାପାର ପ୍ରେମ-କାହାଣୀକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। କାରଣ ସୀମାଙ୍କ ଭାଇ ଓ କାକା ପାକିସ୍ତାନ ସେନାରେ ଅଛନ୍ତି। ନିଜର ଚାରି ପିଲା ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ସୀମାଙ୍କୁ ନେଇ ସବୁଠି ଚର୍ଚ୍ଚା। ମଙ୍ଗଳବାର ଉତ୍ତରପ୍ରଦେଶ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) କ୍ରମାଗତ ଦ୍ବିତୀୟ ଦିନ ପାଇଁ ସୀମାଙ୍କୁ ଜେରା କରିଥିଲା। କିନ୍ତୁ ସେ ଲୁଚିଛପି ଭାରତ ଆସିବା ପଛରେ ଅସଲ ଉଦ୍ଦେଶ୍ୟ କ’ଣ ରହିଛି ତାହା ତାଙ୍କଠାରୁ ଆଦାୟ କରିବାରେ ବିଫଳ ହୋଇଥିଲା। ଜେରା ସମୟରେ ତଦନ୍ତ ବ୍ୟୁରୋ (ଆଇବି)ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ମିଳିଥିବା ଅନୁଯାୟୀ, ସୀମା ଆଗରୁ ଗୌତମବୁଦ୍ଧ ନଗର ପୁଲିସକୁ କହିଥିଲେ ଯେ ସେ ନେପାଳ ସୀମାରୁ ବିହାରର ସୀତାମଣି ଅଞ୍ଚଳ ‌ଦେଇ ଭାରତରେ ପ୍ରବେଶ କରିଥିଲେ। ସୀମାଙ୍କ ସବା ସାନ ପିଲା ସହ ସୀମା ଓ ସଚିନଙ୍କୁ ଜେରା ପାଇଁ ନିଆଯାଇଥିଲା। ଅନେକ ଘଣ୍ଟା ଧରି ସେମାନଙ୍କୁ ଜେରା କରାଯାଇଥିଲା। ସୀମାଙ୍କୁ ପାକିସ୍ତାନରେ ଥିବା ତାଙ୍କର ସମ୍ପର୍କୀୟମାନଙ୍କ ବିଷୟରେ ପଚରାଯାଇଥିଲା। ସୀମାଙ୍କ କାକା ଓ ଭାଇ ସେନାରେ ଚାକିରି କରୁଥିବା ନେଇ ତାଙ୍କୁ ପଚରାଯାଇଥିଲା। କିନ୍ତୁ ସେ ଭାଇ ସେନାରେ ଚାକିରି କରିବା କଥାକୁ ଅସ୍ବୀକାର କରିବା ସହ ସେ ସୈନ୍ୟବାହିନୀରେ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଥିଲେ। ତେବେ ସୀମାଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ପାକିସ୍ତାନ ସେନା ସହ ସମ୍ପୃକ୍ତି ଅଛି ବୋଲି ସନ୍ଦେହ କରାଯାଉଛି।

Tags: