ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ପାକ୍ ଅନୁପ୍ରବେଶକାରୀ ନିହତ
ନୂଆଦିଲ୍ଲୀ : କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ଏଲଓସି ନିକଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛି। ପୁଞ୍ଚ୍ ଜିଲ୍ଲାର ମେଣ୍ଢର ଅଞ୍ଚଳରେ ଜଣେ ପାକିସ୍ତାନୀ ନାଗରିକ ଆଜି ଭାରତୀୟ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ତାକୁ ଗୁଳି କରି ନିପାତ କରାଯାଇଛି। ଘଟଣା ସ୍ଥଳରୁ ଆଇଇଡି ଜବତ ହୋଇଛି। ଇତି ମଧ୍ୟରେ ଶ୍ରୀନଗରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜି-୨୦ ୱାର୍କିଂ ଗ୍ରୁପ ବୈଠକ ପୂର୍ବରୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ […]
ନୂଆଦିଲ୍ଲୀ : କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ଏଲଓସି ନିକଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛି। ପୁଞ୍ଚ୍ ଜିଲ୍ଲାର ମେଣ୍ଢର ଅଞ୍ଚଳରେ ଜଣେ ପାକିସ୍ତାନୀ ନାଗରିକ ଆଜି ଭାରତୀୟ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ତାକୁ ଗୁଳି କରି ନିପାତ କରାଯାଇଛି। ଘଟଣା ସ୍ଥଳରୁ ଆଇଇଡି ଜବତ ହୋଇଛି। ଇତି ମଧ୍ୟରେ ଶ୍ରୀନଗରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜି-୨୦ ୱାର୍କିଂ ଗ୍ରୁପ ବୈଠକ ପୂର୍ବରୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହୋଇଛି। ମେ’ ୨୨ରୁ ୨୪ ମଧ୍ୟରେ କାଶ୍ମୀରରେ ଜି-୨୦ ବୈଠକ ହେବ। ସମସ୍ତ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ପ୍ରତ୍ୟେ ଗାଡ଼ି ମୋଟର ଯାଞ୍ଚ କରାଯାଉଛି।




