ପାକିସ୍ତାନ ସେନା ମୁଖ୍ୟଙ୍କୁ ଆମେ ନିମନ୍ତ୍ରଣ କରିନାହୁଁ : ଆମେରିକା
ନୂଆଦିଲ୍ଲୀ: ଆମେରିକାର ସେନା ଦିବସ ପରେଡ୍ରେ ଯୋଗଦେବା ପାଇଁ ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିରଙ୍କୁ ଆମେରିକା ନିମନ୍ତ୍ରଣ କରିଥିବା ନେଇ ଖବର ପ୍ରସାରିତ ହେଉଥିବାବେଳେ ହ୍ବାଇଟ୍ ହାଉସ୍ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ରାଷ୍ଟ୍ରପତି ଭବନରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ‘ଏଭଳି କୌଣସି ନିମନ୍ତ୍ରଣ ଦିଆଯାଇନାହିଁ, ଏହି ଖବର ମିଥ୍ୟା’। ପୂର୍ବରୁ ମୁନିରଙ୍କୁ ଆମେରିକା ଆମନ୍ତ୍ରଣ କରିବାକୁ ନେଇ କଂଗ୍ରେସ ଦଳ କେନ୍ଦ୍ର ସରକାର ଓ ବିଜେପିକୁ କ୍ରମାଗତ ସମାଲୋଚନା କରିଥିଲା। ଆମେରିକାର ସେନା ଦିବସ (ଜୁନ […]
ନୂଆଦିଲ୍ଲୀ: ଆମେରିକାର ସେନା ଦିବସ ପରେଡ୍ରେ ଯୋଗଦେବା ପାଇଁ ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିରଙ୍କୁ ଆମେରିକା ନିମନ୍ତ୍ରଣ କରିଥିବା ନେଇ ଖବର ପ୍ରସାରିତ ହେଉଥିବାବେଳେ ହ୍ବାଇଟ୍ ହାଉସ୍ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ରାଷ୍ଟ୍ରପତି ଭବନରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ‘ଏଭଳି କୌଣସି ନିମନ୍ତ୍ରଣ ଦିଆଯାଇନାହିଁ, ଏହି ଖବର ମିଥ୍ୟା’। ପୂର୍ବରୁ ମୁନିରଙ୍କୁ ଆମେରିକା ଆମନ୍ତ୍ରଣ କରିବାକୁ ନେଇ କଂଗ୍ରେସ ଦଳ କେନ୍ଦ୍ର ସରକାର ଓ ବିଜେପିକୁ କ୍ରମାଗତ ସମାଲୋଚନା କରିଥିଲା। ଆମେରିକାର ସେନା ଦିବସ (ଜୁନ ୧୪)କୁ କୌଣସି ବିଦେଶୀ ସେନାମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଆମେରିକା ସେନାବାହିନୀର ୨୫୦ତମ ପ୍ରତିଷ୍ଠା ଉତ୍ସବକୁ ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇଥିବା ଖବର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଥିଲା। ଏହି ଖବରକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ବିଜେପିକୁ ଘେରିଥିଲେ। କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ରେ ଲେଖିଥିଲେ, ୧୪ ଜୁନ୍ରେ ଆମେରିକା ସେନା ଦିବସରେ ଯୋଗ ଦେବା ନିମନ୍ତେ ଅସୀମ ମୁନିରଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଖବର କୂଟନୈତିକ ଦୃଷ୍ଟିକୋଣରୁ ଭାରତ ନିମନ୍ତେ ଏକ ବଡ଼ ଝଟକା। ଏହି ବ୍ୟକ୍ତି (ଅସୀମ ମୁନିର) ପହଲଗାମ ଆକ୍ରମଣ ପୂର୍ବରୁ ଉତ୍ତେଜକ ଭାଷଣ ଦେଉଥିଲେ। ଏଭଳି ସ୍ଥିତିରେ ଆମେରିକାର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠୁଛି।




