ପାକିସ୍ତାନ ସପକ୍ଷରେ ଚୀନ ଏବଂ ତୁର୍କୀ ଗଣମାଧ୍ୟମ

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୁର’କୁ ନେଇ ଚିହିଁକି ଉଠିଲା ଚୀନ । ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ଏକ ଦୁଃଖଦ ଘଟଣା ବୋଲି କହିଛି ଚୀନ । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଏକ ଦୁଃଖଦ ଘଟଣା,ଏହାକୁ ନେଇ ଚୀନ ଚିନ୍ତିତ । ଭାରତ ଓ ପାକିସ୍ତାନ ଉଭୟ ପଡୋଶୀ ଦେଶ । ତେଣୁ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଚୀନ […]

ପାକିସ୍ତାନ ସପକ୍ଷରେ ଚୀନ ଏବଂ ତୁର୍କୀ ଗଣମାଧ୍ୟମ
Samaya Live Picture
Published On

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୁର’କୁ ନେଇ ଚିହିଁକି ଉଠିଲା ଚୀନ । ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ଏକ ଦୁଃଖଦ ଘଟଣା ବୋଲି କହିଛି ଚୀନ । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଏକ ଦୁଃଖଦ ଘଟଣା,ଏହାକୁ ନେଇ ଚୀନ ଚିନ୍ତିତ । ଭାରତ ଓ ପାକିସ୍ତାନ ଉଭୟ ପଡୋଶୀ ଦେଶ । ତେଣୁ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଚୀନ ନିବେଦନ କରିଛି । ନିଜକୁ ସମ୍ଭାଳ ଓ ଆଗକୁ କିଭଳି ଏହି ବିବାଦ ନବଢିବ ତା ଉପରେ ଆଲୋଚନା କରିବାକୁ ଚୀନ ପରାମର୍ଶ ଦେଇଛି ।

ଚୀନର ସରକାରୀ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଭାରତ ପାକିସ୍ତାନ ଉପରେ ୯ଟି ଏୟାରଷ୍ଟ୍ରାଇକ କରିଛି । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ନୀରିକ୍ଷଣ କରୁଥିଲେ । ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି ଏହି ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ଜଣ ଆହତ ଏବଂ ୨ଜଣ ନିଖୋଜ ହୋଇଛନ୍ତି । ସେହିପରି ଚାଇନା ଡେଲିରେ ପାକିସ୍ତାନର ବିରୋଧ କାର୍ଯ୍ୟକୁ ସମର୍ଥନ କରାଯାଇଛି ।

ସେହିପରି ତୁର୍କୀର ଗଣମାଧ୍ୟମ ମଧ୍ୟ ପାକିସ୍ତାନ ସପକ୍ଷରେ ବାହାରିଛି । ତୁର୍କୀ ଗଣମାଧ୍ୟମରେ ପାକିସ୍ତାନର ସୂଚନାମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଥିଲେ ଯେ ଭାରତର ମିସାଇଲ ମାଡ ସାଧାରଣ ନାଗରିକଙ୍କ ଜୀବନ ହାନି କରିଛି । ସେହିପରି ଡେଲି ଶୁଭା ରେ କୁହାଯାଇଛି ଯେ ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ପଟୁ କଡା ଜବାବ ଦେବାକୁ ଚେତାବନୀ ଦିଆଯାଇଛି ।

ଅନ୍ୟପଟେ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, ଭାରତ ଏବଂ ପାକିସ୍ତାନ ଉଭୟ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ। ଚାଇନା ଆହୁରି ମଧ୍ୟ କହିଛି ଯେ, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଏହା ପୂର୍ବରୁ ପାକିସ୍ତାନକୁ ସମର୍ଥନ କରୁଥିବା ଚୀନର ଏକ ବଡ଼ ନୀତିଗତ ପରିବର୍ତ୍ତନ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Tags: