ପାକିସ୍ତାନ ବୋମା ବିସ୍ଫୋରଣରେ ଇମ୍ରାନ ଖାନଙ୍କ ଦଳର ୩ ସଦସ୍ୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ୍)ର ୩ ଜଣ ସଦସ୍ୟଙ୍କ ସମେତ ୪ ଜଣଙ୍କର ଆଜି ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଯାଇଛି। ଇମ୍ରାନ ଖାନ୍ଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହେବାର କିଛି ଘଣ୍ଟା ପରେ ଆଜି ବାଲୁଚିସ୍ତାନ ଅଞ୍ଚଳରେ ପିଟିଆଇ ଦ୍ବାରା ଏକ ରାଲି ଚାଲିଥିବାବେଳେ ଏହି ସମୟରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିସ୍ଫୋରଣରେ ଅନ୍ୟ ୭ ଜଣ […]
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ୍)ର ୩ ଜଣ ସଦସ୍ୟଙ୍କ ସମେତ ୪ ଜଣଙ୍କର ଆଜି ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଯାଇଛି। ଇମ୍ରାନ ଖାନ୍ଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହେବାର କିଛି ଘଣ୍ଟା ପରେ ଆଜି ବାଲୁଚିସ୍ତାନ ଅଞ୍ଚଳରେ ପିଟିଆଇ ଦ୍ବାରା ଏକ ରାଲି ଚାଲିଥିବାବେଳେ ଏହି ସମୟରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିସ୍ଫୋରଣରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି ବୋଲି ପିଟିଆଇର ବାଲୁଚିସ୍ତାନ ପ୍ରାଦେଶିକ ସାଧାରଣ ସଚିବ କହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ଅଛି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ପାକିସ୍ତାନରେ ସାଧାରଣ ନିର୍ବାଚନର ମାତ୍ର ୯ ଦିନ ପୂର୍ବରୁ ଆଜି ଏହି ବିସ୍ଫୋରଣ ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାିଚନ ଅଛି। ପାକିସ୍ତାନ ନିର୍ବାଚନ କମିସନ କହିଛନ୍ତି, ଉକ୍ତ ଘଟଣା ସଂକ୍ରାନ୍ତୋନର ବାଲୁଚିସ୍ତାନ ମୁଖ୍ୟ ସଚିବ ଏବଂ ପୁଲିସ ମୁଖ୍ୟଙ୍କଠାରୁ ତତ୍କାଳ ରିପୋର୍ଟ ମଗାଯାଇଛି।




