ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶେହବାଜ ସରିଫଙ୍କ ଦ୍ବିତୀୟ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ : ଶେହବାଜ ସରିଫ ସୋମବାର ଦିନ ଦ୍ବିତୀୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ସରିଫଙ୍କର ଦ୍ବିତୀୟ କାର୍ଯ୍ୟକାଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରିଫଙ୍କର ଦ୍ବିତୀୟ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ଶେହବାଜ ସରିଫଙ୍କୁ ଶୁଭେଚ୍ଛା। ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ସରିଫ ସଂସଦୀୟ ପ୍ରକ୍ରିୟାରେ ପୁନଃ ନିର୍ବାଚିତ ହେବାପରେ ସୋମବାର ଦିନ ସେ […]
ନୂଆଦିଲ୍ଲୀ : ଶେହବାଜ ସରିଫ ସୋମବାର ଦିନ ଦ୍ବିତୀୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ସରିଫଙ୍କର ଦ୍ବିତୀୟ କାର୍ଯ୍ୟକାଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରିଫଙ୍କର ଦ୍ବିତୀୟ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ଶେହବାଜ ସରିଫଙ୍କୁ ଶୁଭେଚ୍ଛା। ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ସରିଫ ସଂସଦୀୟ ପ୍ରକ୍ରିୟାରେ ପୁନଃ ନିର୍ବାଚିତ ହେବାପରେ ସୋମବାର ଦିନ ସେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। ୨୦୨୨ ଅଗଷ୍ଟରୁ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ମଧ୍ୟ ସେ ଏହି ସମାନ ପଦବିରେ ରହିଥିଲେ। କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରାଯିବାପରେ ସେ ତାଙ୍କ ସ୍ଥାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନୱାଜ ସରିଫଙ୍କ ସାନ ଭାଇ ହେଊଛନ୍ତି ସେହବାଜ ସରିଫ। ଗତ ମାସର ସଂସଦୀୟ ନିର୍ବାଚନ ପାଇଁ ତାଙ୍କ ନିଯୁକ୍ତି ବିବାଦୀୟ ହୋଇପଡ଼ିଛି। ଭୋଟ୍ ଜାଲିଆତି ହୋଇଥିବା ନେଇ ତାଙ୍କ ବିରୋଧୀମାନେ ଦାବି କରିଛନ୍ତି।




