ପାକିସ୍ତାନ ପୁଲିସ ଷ୍ଟେସନ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨ ପୁଲିସ ନିପାତ
ଇସଲାମାବାଦ : ଉତ୍ତରପଶ୍ଚିମ ପାକିସ୍ତାନରେ ଏକ ଆଞ୍ଚଳିକ ପୁଲିସ ମୁଖ୍ୟାଳୟ ଉପରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨ ପୁଲିସ ନିପାତ ହୋଇଛନ୍ତି ଏବଂ ଆହୁରି ଅନେକ ପୁଲିସ ଆହତ ହୋଇଛନ୍ତି। ଏହି ସମାନ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨୩ ପାକ୍ ସୈନିକ ନିପାତ ହେବାର ୩ ଦିନ ପରେ ଆଜି ପୁଣିଥରେ ଉକ୍ତ ଅଞ୍ଚଳରେ ପୁଲିସ ଷ୍ଟେସନ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଖାଇବର ପଖତୁଙ୍ଖୱାର ଟଙ୍କ ଜିଲ୍ଲା ସ୍ଥିତ […]
ଇସଲାମାବାଦ : ଉତ୍ତରପଶ୍ଚିମ ପାକିସ୍ତାନରେ ଏକ ଆଞ୍ଚଳିକ ପୁଲିସ ମୁଖ୍ୟାଳୟ ଉପରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨ ପୁଲିସ ନିପାତ ହୋଇଛନ୍ତି ଏବଂ ଆହୁରି ଅନେକ ପୁଲିସ ଆହତ ହୋଇଛନ୍ତି। ଏହି ସମାନ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨୩ ପାକ୍ ସୈନିକ ନିପାତ ହେବାର ୩ ଦିନ ପରେ ଆଜି ପୁଣିଥରେ ଉକ୍ତ ଅଞ୍ଚଳରେ ପୁଲିସ ଷ୍ଟେସନ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଖାଇବର ପଖତୁଙ୍ଖୱାର ଟଙ୍କ ଜିଲ୍ଲା ସ୍ଥିତ ପୁଲିସ ଲାଇନ୍ସରେ ଆକ୍ରମଣ ହୋଇଛି। ନୂଆ ଆତଙ୍କବାଦୀ ଗୋଷ୍ଟୀ ଅନସରୁଲ ଜିହାଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।




