‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ପାଇଁ ଏନ୍‌ସି ନେତା ମହମ୍ମଦ ଆକବର ଲୋନ୍‌ ପ୍ରଥମେ କ୍ଷମା ମାଗନ୍ତୁ : କେନ୍ଦ୍ର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଧାରା ୩୭୦ ଉ‌ଚ୍ଛେଦ ମାମଲାର ଶୁଣାଣି ଜାରି ରହିଛି। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ କରି ହୋଇଥିବା ବିଭିନ୍ନ ଆବେଦନ ଉପରେ ଶୁଣାଣି ଆଜି ୧୫ ଦିନରେ ପହଞ୍ଚିଛି। ତେବେ ଆଜି ଶୁଣାଣି ସମୟରେ କେନ୍ଦ୍ର ସରକାର ଏନ୍‌ସି (ନେସନାଲ କନଫରେନ୍ସ) ସାଂସଦ ମହମ୍ମଦ ଆକବର ଲୋନ୍‌ଙ୍କ ପାକିସ୍ତାନ ସମର୍ଥିତ ଟିପ୍ପଣୀ ପାଇଁ ତାଙ୍କଠାରୁ କ୍ଷମା ଦାବି କରିଛନ୍ତି। ଲୋନ୍‌ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ‌ରେ ଆବେଦନ […]

Samaya Live Picture
Published On

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଧାରା ୩୭୦ ଉ‌ଚ୍ଛେଦ ମାମଲାର ଶୁଣାଣି ଜାରି ରହିଛି। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ କରି ହୋଇଥିବା ବିଭିନ୍ନ ଆବେଦନ ଉପରେ ଶୁଣାଣି ଆଜି ୧୫ ଦିନରେ ପହଞ୍ଚିଛି। ତେବେ ଆଜି ଶୁଣାଣି ସମୟରେ କେନ୍ଦ୍ର ସରକାର ଏନ୍‌ସି (ନେସନାଲ କନଫରେନ୍ସ) ସାଂସଦ ମହମ୍ମଦ ଆକବର ଲୋନ୍‌ଙ୍କ ପାକିସ୍ତାନ ସମର୍ଥିତ ଟିପ୍ପଣୀ ପାଇଁ ତାଙ୍କଠାରୁ କ୍ଷମା ଦାବି କରିଛନ୍ତି। ଲୋନ୍‌ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ‌ରେ ଆବେଦନ କରିଥିଲେ। ତେବେ ଆଜି କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି ଲୋନ ପ୍ରଥମେ ତାଙ୍କ ପାକିସ୍ତାନ ସମର୍ଥିତ ଟିପ୍ପଣୀ ପାଇଁ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କ୍ଷମା ମାଗିବା ଉଚିତ। ଲୋନ ସତ୍ୟପାଠ ଦାଖଲ କରି ଏହା କୁହନ୍ତୁ ଯେ ଭାରତୀୟ ସମ୍ବିଧାନ ପ୍ରତି ତାଙ୍କର ବିଶ୍ବାସ ଅଛି ଏବଂ ସେ ବିଚ୍ଛିନତାବାଦ ଏବଂ ଆତଙ୍କବାଦକୁ ବିରୋଧ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲୋନ୍‌ଙ୍କ ଭଳି ଆବେଦନକାରୀ ଏହି ମାମଲାର ଏକ ଅଂଶ ହେବା ଉଚିତ ନୁହେଁ ବୋଲି କାଶ୍ମୀର ପଣ୍ଡିତଙ୍କ ଓକିଲ ବରିଷ୍ଠ ଓକିଲ ବିମଲ ଜାଦ କହିବାପରେ ମେହଟା ଏହି ଟିପ୍ପଣୀ ରଖିଛନ୍ତି। ୨୦୦୨ରୁ ୨୦୧୮ରେ ଲୋନ ବିଧାୟକ ଥିବାବେଳେ ସେ ଜମ୍ମୁ କାଶ୍ମୀର ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ।

Tags: