ପାକିସ୍ତାନୀ ଫେସ୍‌ବୁକ୍‌ ପ୍ରେମିକଙ୍କ ପାଇଁ ସୀମା ପାର କଲେ ଭାରତର ଅଞ୍ଜୁ

ନୂଆଦିଲ୍ଲୀ : ଭାରତୀୟ ମହିଳା ଅଞ୍ଜୁ ଜଣେ ପାକିସ୍ତାନୀଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ତାଙ୍କ ଘର। ଅଞ୍ଜୁ ବିବାହିତା। କିନ୍ତୁ ଜଣେ ପାକିସ୍ତାନୀ ଯୁବକଙ୍କ ସହ ପ୍ରେମ ହେବାପରେ ସେ ତାଙ୍କ ତାଙ୍କ ସ୍ବାମୀ ଏବଂ ପରିବାର ଛାଡ଼ି ପାକିସ୍ତାନ ପଳାଇଛନ୍ତି। ଅଞ୍ଜୁ କହିଛନ୍ତି, ସେ ନସରୁଲ୍ଲାଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ ଛାଡ଼ି ରହିପାରିବେ ନାହିଁ। ତାଙ୍କ ପରିବାରକୁ ମିଛ କହି ସେ ଘର ଛାଡ଼ି ଦେଇଛନ୍ତି। ସେ ତାଙ୍କ ସ୍ବାମୀ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତୀୟ ମହିଳା ଅଞ୍ଜୁ ଜଣେ ପାକିସ୍ତାନୀଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ତାଙ୍କ ଘର। ଅଞ୍ଜୁ ବିବାହିତା। କିନ୍ତୁ ଜଣେ ପାକିସ୍ତାନୀ ଯୁବକଙ୍କ ସହ ପ୍ରେମ ହେବାପରେ ସେ ତାଙ୍କ ତାଙ୍କ ସ୍ବାମୀ ଏବଂ ପରିବାର ଛାଡ଼ି ପାକିସ୍ତାନ ପଳାଇଛନ୍ତି। ଅଞ୍ଜୁ କହିଛନ୍ତି, ସେ ନସରୁଲ୍ଲାଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ ଛାଡ଼ି ରହିପାରିବେ ନାହିଁ। ତାଙ୍କ ପରିବାରକୁ ମିଛ କହି ସେ ଘର ଛାଡ଼ି ଦେଇଛନ୍ତି। ସେ ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ କହିଥିଲେ ଯେ କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି। ପରେ ଅରବିନ୍ଦ ଜାଣିପାରିଥିଲେ ଯେ ତାଙ୍କ ପତ୍ନୀ ସୀମା ଅତିକ୍ରମ କରି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ପଳାଇଛନ୍ତି।ପ୍ରେମିକ ନସ୍‌ରୁଲ୍ଲାହଙ୍କ ସହ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ବାରେ ରହୁଛନ୍ତି। ସେଠାରେ ଏମ୍‌ଆର (ମେଡିକାଲ ରିପ୍ରେଜେଣ୍ଟେଟିଭ୍‌) ଥିବା ନସରୁଲ୍ଲାଙ୍କ ସହିତ ରହିବା ପାଇଁ ଅଞ୍ଜୁ ନିଷ୍ପତ୍ତି ନେଇସାରିଛନ୍ତି। ଅଞ୍ଜୁଙ୍କ ଭିସା ସଂପର୍କିତ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଅଞ୍ଜୁଙ୍କ ପାକିସ୍ତାନ ଯାତ୍ରା ପାଇଁ ମେ ୪ରେ ପାକିସ୍ତାନ ଦ୍ବାରା ଭିସା ଜାରି ହୋଇଥିଲା। ଏହି ଭିସାର ଅବଧି ୯୦ ଦିନ ରହିଛି ଏବଂ ସେ ୱାଘା ବର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି। ପାକିସ୍ତାନର ସୀମା ହାଇଦର ଯେଭଳି ପବ୍‌ଜି ଖେଳି ଜଣେ ଭାରତୀୟଙ୍କ ପ୍ରେମରେ ପଡ଼ି ଭାରତ ଚାଲି ଆସିଛନ୍ତି ଅଞ୍ଜୁ ଏବେ ଠିକ୍‌ ସମାନ ଢଙ୍ଗରେ ପାକିସ୍ତାନ ପଳାଇଛନ୍ତି।

Tags: