ପାକିସ୍ତାନୀ, ଆଫଗାନୀଙ୍କୁ ଆମେରିକା ମନା !

ୱାସିଂଟନ୍‌: ଆାମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ନୂଆ ଯାତ୍ରା କଟକଣା ନେଇ ବିଚାର କରୁଛନ୍ତି। ଏହି କଟକଣା ଯଦି ଲାଗୁ ହୁଏ ତେବେ ଆଫଗାନିସ୍ତାନ ଏବଂ ପାକିସ୍ତାନର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷିଦ୍ଧ କରାଯିବ। ଦେଶର ସୁରକ୍ଷା ସଂକ୍ରାନ୍ତରେ ସରକାର ଏକ ସମୀକ୍ଷା କରିବାପରେ ଏହି ନିଷ୍ପତ୍ତି ନିଆଯାଇଛଇ। ଆସନ୍ତା ସପ୍ତାହରୁ ଏହା କାର୍ଯ୍ୟକାରୀ ହୋଇପାରେ। ଏହି ତାଲିକାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ବାଦ୍‌ ଅନ୍ୟ ରାଷ୍ଟ୍ର ମଧ୍ୟ ଥାଇପାରନ୍ତି। କିନ୍ତୁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ। […]

Samaya Live Picture
Published On

ୱାସିଂଟନ୍‌: ଆାମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ନୂଆ ଯାତ୍ରା କଟକଣା ନେଇ ବିଚାର କରୁଛନ୍ତି। ଏହି କଟକଣା ଯଦି ଲାଗୁ ହୁଏ ତେବେ ଆଫଗାନିସ୍ତାନ ଏବଂ ପାକିସ୍ତାନର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷିଦ୍ଧ କରାଯିବ। ଦେଶର ସୁରକ୍ଷା ସଂକ୍ରାନ୍ତରେ ସରକାର ଏକ ସମୀକ୍ଷା କରିବାପରେ ଏହି ନିଷ୍ପତ୍ତି ନିଆଯାଇଛଇ। ଆସନ୍ତା ସପ୍ତାହରୁ ଏହା କାର୍ଯ୍ୟକାରୀ ହୋଇପାରେ। ଏହି ତାଲିକାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ବାଦ୍‌ ଅନ୍ୟ ରାଷ୍ଟ୍ର ମଧ୍ୟ ଥାଇପାରନ୍ତି। କିନ୍ତୁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଏହି ରିପବ୍ଲିକାନ୍‌ ରାଷ୍ଟ୍ରପତି ୭ ମୁସଲମାନ ବହୁଳ ରାଷ୍ଟ୍ରର ଯାତ୍ରା ନିଷିଦ୍ଧ କରିଥିଲେ। କିନ୍ତୁ ୨୦୨୧ରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ‌ଜୋ ବାଇଡେନ୍‌ ଏହି ନିର୍ଦ୍ଦେଶକୁ ଉଠାଇ ଦେଇଥିଲେ। ଏହା ଆମ ଜାତୀୟ ବିବେକ ଉପରେ ଏକ ଦାଗ ବୋଲି ବାଇଡେନ୍‌ କହିଥିଲେ। ଟ୍ରମ୍ପ୍‌ ପ୍ରଶାସନର ନୂଆ ନିଷିଦ୍ଧ ଦ୍ବାରା ଆଫଗାନିସ୍ତାନର ହଜାର ହଜାର ଲୋକ ଯେଉଁମାନେ ଆମେରିକାରେ ଶରଣାର୍ଥୀ ଭାବେ ରହିବାପାଇଁ ଯୋଜନା କରିଥିଲେ ସେମାନେ ଏଥିରେ ପ୍ରଭାବିତ ହେବେ।

Tags: